ପିପିଟି ନ୍ଯୁଜ୍ ର ପ୍ରଭାବ; ହର୍ଟିକଲଚର କାର୍ଯ୍ଯାଳୟର ତାଲା ଖୋଲି ସଫାସୁତୁରା ଆରମ୍ଭ।

ବ୍ରହ୍ମପୁର, ୧୧/୧୧(ପିପିଟି): “ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ହର୍ଟିକଲଚର କାର୍ଯ୍ଯାଳୟରେ ଦୀର୍ଘ ଦିନ ଧରି ତାଲା “ସମ୍ପର୍କିତ ଖବର ୧୮ ଅକ୍ଟୋବର ରେ ପିପିଟି ରେ ଖବର ପ୍ରକାଶ ପାଇଥିଲା। ସେଥିରେ ଉଲ୍ଲେଖ କରାଯାଇଥିଲା ଯେ,କୃଷକ ମାନଙ୍କର ଉଦ୍ଯାନ‌ ଭିତ୍ତିକ କୃଷିକର୍ମାଣିରେ ଚାଷୀ ମାନଙ୍କର‌ ଆର୍ଥିକ ଅଭିବୃଦ୍ଧିର ଉଦ୍ଦେଶ୍ଯ ରଖି ଆରମ୍ଭ ହୋଇଥିବା କାର୍ଯ୍ଯାଳୟଟି ବର୍ତ୍ତମାନ ପଙ୍ଗୁ ଅବସ୍ଥାରେ ରହିଛି । କିନ୍ତୁ ଏଥିପାଇଁ ଆନୁସଙ୍ଗିକ ବିଦ୍ଧି ବ୍ଯବସ୍ଥାରେ ରାଜ୍ଯ‌ ସରକାର କୌଣସି ଅବହେଳା କରି ନଥିବା ଦୃଷ୍ଟିକୁ ଆସିଥିଲା । ବର୍ତ୍ତମାନକୁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହ ସ୍ଥାନୀୟ ନେତାଙ୍କର ଦାୟିତ୍ଵ ହିନତା ପାଇଁ ଫାଟକରେ ଅନେକ ଦିନ‌ ଧରି ତାଲା ଝୁଲୁଛି । ଏହି ଖବର ପ୍ରଭାବ ପଡିଛି। ବର୍ତ୍ତମାନ ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ରାଳବ ଠାରେ ଥିବା ହର୍ଟିକଲଚର କାର୍ଯ୍ଯାଳୟର ଗେଟ୍ ତାଲା ଖୋଲି ସଫେଇ କାର୍ଯ୍ଯ ଆରମ୍ଭ ହୋଇଛି। ଆଗାମୀ ଦିନରେ ଦୀର୍ଘ ଦିନ ତାଲା ପଡିବା ସମ୍ପର୍କରେ ପିପିଟି ନ୍ଯୁଜ୍ ପକ୍ଷରୁ ଖୁଲାସା କରାଯିବ।

Comments (0)
Add Comment