ପଦ୍ମାବତୀ ଦେବୀଙ୍କ ଦ୍ୱାଦଶାହ ଦିବସ ପାଳନ।

ପୋଲସରା,୧୧/୦୭ (ପିପିଟି): ପୋଲସରା ଷଣ୍ଢସାହି ନିବାସୀ ପଦ୍ମାବତୀ ପଣ୍ଡାଙ୍କ ଦ୍ୱାଦଶାହ ପୁଣ୍ୟତିଥି ଦିବସ ପାଳିତ ହୋଇଯାଇଛି। ଆଜି ଶନିବାର ପବିତ୍ର ତ୍ରୀସ୍ପ୍ରଶା ଏକାଦଶୀ ତିଥି ଦିବସରେ ପରିବାର ପକ୍ଷରୁ ଆୟୋଜିତ ଶ୍ରଦ୍ଧାର୍ଘ୍ୟ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦେଇ ସ୍ଵର୍ଗତଙ୍କ ଫଟୋ ଚିତ୍ରରେ ଭକ୍ତିପୂତ ଭାବେ ଶ୍ରଦ୍ଧାଞ୍ଜଳି ଦେବାସହ ଅମର ଆତ୍ମାର ସଦ୍‌ଗତି କାମନା ଏବଂ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଥିଲେ।
ଏହି ସମୟରେ ପଦ୍ମାବତୀଙ୍କ ପ୍ରତାପ, ପ୍ରଶାନ୍ତ, ପ୍ରଭାତ, ପ୍ରଦୀପ ଚାରିପୁତ୍ର ଓ ପୁତ୍ରବଧୁଙ୍କ ସମେତ ପରିବାରର ଆତ୍ମୀୟ ସ୍ୱଜନ ବୃନ୍ଦ ଉପସ୍ଥିତ ଥିଲେ। ଏହି ପୁଣ୍ୟ କାର୍ଯ୍ୟରେ ସାହିର ଯୁବକମାନେ ସ୍ୱତଃସ୍ପୁତ ଭାବେ ଯୋଗଦେଇ ଆନ୍ତରିକତାର ସହିତ ସହଯୋଗ କରିଥିଲେ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment