ନୂଆଗଡରେ ଏନ୍ ପି ଏଲ୍ ସିଜନ -୩ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଅନୁଷ୍ଠିତ ।

ବେଗୁନିଆପଡା ,୨୯/୦୫(ପିପିଟି ):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ନୂଆଗଡ ସ୍ଥିତ ଶ୍ରୀ ଶ୍ରୀ ବାବା ଗୁପ୍ତେଶ୍ୱର ଖେଳ ପଡିଆ ଠାରେ ଆଜି ଏନ୍ ପି ଏଲ୍ ସିଜନ -୩ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ର ଶୁଭ ଉଦଘାଟନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ପ୍ରାଥିନୀ ଡକ୍ଟର ରଞ୍ଜିତା ସାହୁ ଯୋଗଦେଇ ଏହି ଟୁର୍ଣ୍ଣ।ମେଣ୍ଟକୁ ଶୁଭ ଉଦଘାଟନ କରିଥିଲେ । ଏଥିରେ ସ୍ୱତନ୍ତ୍ର ଅତିଥି ଭାବେ ସମାଜସେବୀ ନାରାୟଣ ଜେନା, , ପୂର୍ଣ୍ଣ ଚନ୍ଦ୍ର ଗୌଡ଼, ଗ୍ରାମ୍ୟ କମିଟି ସମ୍ପାଦକ ସୁଶାନ୍ତ କୁମାର ବିଶ୍ଵାଳ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଭ୍ରମରବର ଭୂୟାଁ, ଅଭିମନ୍ୟୁ ଭୂୟାଁ, ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ପୀତବାସ ଭୂୟାଁ ପ୍ରମୁଖ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଉପସଭାପତି ନିରଞ୍ଜନ ଭୂୟାଁ, ସମାଜସେବୀ ସନାତନ ମହାରଣା, ଗୌତ୍ତମ ସ୍ବାଇଁ, ଶଙ୍କର ମହାପାତ୍ର, ସୁବାଷ ପ୍ରଧାନ, ପ୍ରଭାତ କୁମାର ସ୍ବାଇଁ, ବିଦେଶୀ ସ୍ବାଇଁ, ଅଭିମନ୍ୟୁ ବିଶ୍ଵାଳ, ଜୟ ବେହେରା, ମିଥୁନ ଜେନା, ବଂଶିଧର ସ୍ବାଇଁ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଆଜିର ଉଦଘାଟିନ ମ୍ୟାଚ୍ ୧୦ ଓଭର୍ ବିଶିଷ୍ଟ ହୋଇଥିବା ବେଳେ ଷ୍ଟ୍ରି।ଇକର -୧୧ ଏବଂ ସନ୍ ସାଇନ୍ ଲାୟନସ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଷ୍ଟ୍ରି।ଇକର -୧୧ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ବିନିମୟରେ ୧୫୫ ରନ୍ ସଂଗ୍ରହ କରିଥିବା ବେଳେ ସନ୍ ସାଇନ୍ ଲାୟନସ୍ ୪ୱିକେଟ ହରାଇ ମାତ୍ର ୧୨୭ ରନ୍ ସଂଗ୍ରହ କରିଥିଲା । ଆଜିର ମ୍ୟାଚ୍ ରେ ଷ୍ଟ୍ରି।ଇକର -୧୧ ବିଜୟୀ ହୋଇଥିଲା । ଧୀରେନ୍ଦ୍ର ଏବଂ ମାନସ ଅମ୍ପୟାରିଙ୍ଗି କରିଥିବା ବେଳେ ଅଶୋକ କୁମାର ସେଠୀ, ବାବୁଲା ସ୍ବାଇଁ,ପିଣ୍ଟୁ ବିଶ୍ଵାଳ, କ୍ରୀଷ୍ଣା,ବଣ୍ଟି, ବାବୁ, ସମେତ ଅନ୍ୟ କ୍ରୀଡାବିତ୍ ମାନେ ଉପସ୍ଥିତ ରହିବା ସହ ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଏହି ଟୁର୍ଣ୍ଣ।ମେଣ୍ଟ ଦୀର୍ଘ ୭ଦିନ ଧରି ଚାଲିବ ବୋଲି ଆୟୋଜକଙ୍କ ପାଖରୁ ସୂଚନା ମିଳିଛି ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Comments (0)
Add Comment