କୋଦଳା ,୨୪/୦୬(ପିପିଟି):ବୁଧବାର ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସର ରେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ଭାରତ ସରକାର ଙ୍କ ତରଫରୁ ଜୀବନ ଜ୍ୟୋତି ନିଶା ମୁକ୍ତ କେନ୍ଦ୍ର, ଭୈରବୀ କ୍ଲବ, ଖୋର୍ଦ୍ଧା ମାଧ୍ୟମରେ ନିଶା ନିବାରଣ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ମହାବିଦ୍ୟାଳୟ ର ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ର ଅଧ୍ୟକ୍ଷ ନିଶାମୁକ୍ତ ଜୀବନ ଓ ସମାଜ ଗଠନ ପାଇଁ ଛାତ୍ରଛାତ୍ରୀ ଙ୍କୁ ସଚେତନ କରାଇଥିଲେ ।ଆଜିର କାର୍ଯ୍ୟକ୍ରମ ରେ ଜୀବନ ଜ୍ୟୋତି ନିଶା ମୁକ୍ତ କେନ୍ଦ୍ର ଭୈରବୀ କ୍ଲବ ଖଲିକୋଟ ର ପ୍ରକଳ୍ପ ସଂଯୋଜକ ପ୍ରିୟବ୍ରତ ରାଉତରାୟ ଯୋଗଦେଇ ନିଶା ନିବାରଣ ନିମନ୍ତେ ଛାତ୍ରଛାତ୍ରୀ ଙ୍କୁ କହିଥିଲେ । ସାମାଜିକ କର୍ମୀ କରୁଣାକର ପାହାଡ଼ସିଂ ଓ ସୁମନ ବଡତ୍ୟା ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଯୁବ ରେଡ଼କ୍ରସ ସଂଯୋଜକ ରତ୍ନାକର ପ୍ରଧାନ ଓ ଜାତୀୟ ସେବା ଯୋଜନା ଅଧିକାରୀ ସାଗରିକା ଦାଶ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ତପସ୍ୱିନୀ କରଣ ଧନ୍ୟବାଦ ଅର୍ପଣ କରିଥିଲେ । ନିଶାମୁକ୍ତ ସମାଜ ଗଠନ ରେ ଯୁବଶକ୍ତି ର ଭୂମିକା ଶୀର୍ଷକ ଏକ ପ୍ରବନ୍ଧ ପ୍ରତିଯୋଗିତା ରେ ଭାଗ ନେଇଥିବା ଲିପ୍ସା ମୁଦୁଲି, ଜ୍ୟୋତିପ୍ରଭା ସେଠି ଓ ଗୌତମୀ ପରିଡ଼ାଙ୍କୁ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଅଧିକାର କରିଥିବାରୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ୱାରା ନିଶା ନିବାରଣ ସମ୍ପର୍କେ ଏକ ରାଲି ସ୍ଥାନୀୟ କାକୁଡିଆପଡା ଗ୍ରାମରେ ହୋଇଥିଲା । ଫିଟ ଓଡିଶା କଲେଜ ପ୍ରୋଗ୍ରାମ , ଯୁବ ରେଡ଼କ୍ରସ, ଜାତୀୟ ସେବା ଯୋଜନା ଏବଂ ଜୀବନ ଜ୍ୟୋତି ନିଶା ମୁକ୍ତ କେନ୍ଦ୍ର, ଖଲ୍ଲିକୋଟ ଙ୍କ ସହଯୋଗରେ ଆଜିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜୀବନ କୁ ହଁ ଓ ନିଶାକୁ ନା ର ନୋଡାଲ ଅଧିକାରୀ ଅଧ୍ୟାପକ ସପନ କୁମାର ଦାଶ ଆଜିର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ