ଡ଼କ୍ଟର ନିବେଦିତା ରଥଙ୍କୁ ବିପୁଳ ସମ୍ବର୍ଦ୍ଧନା ।

ସୁବର୍ଣ୍ଣପୁର ,୨୪/୦୬(ପିପିଟି ):ସାମାଜିକ, ପ୍ରଶାସନିକ ଓ ନ୍ୟାୟିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସୋନ୍‌ପୁର ମାଟିର ଝିଅ ନିବେଦିତା ରଥଙ୍କୁ ସମ୍ମାନଜନକ ଡକ୍ଟରେଟ୍’ ଉପାଧି ପ୍ରଦାନ କରା ଯାଇଛି ।ୱାସିଂଟନ ଡିଜିଟାଲ ୟୁନିଭରସିଟି ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଗୋଟିଏ ମାସ ମଧ୍ୟରେ କ୍ରମାଗତ ଭାବରେ ତାଙ୍କୁ ତିନୋଟି ସମ୍ମାନ ମିଳିଥିବାରୁ ଆଜି ବୀରମହାରାଜପୁର ଠାରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ଏହି ଉପଲକ୍ଷେ ବୀରମହାରାଜପୁର ପଞ୍ଚାୟତ ସମିତି ସଭାଗୃହ ରେ ଆୟୋଜିତ ଏକ ସାଧାରଣ ସଭାରେ ଉପାଧ୍ୟକ୍ଷ ନାରାୟଣ ଲୁହା ସଭାପତିତ୍ବ କରିଥିବାବେଳେ ଅତିଥି ଭାବରେ ଅବସରପ୍ରାପ୍ତ ଜିଲ୍ଲା ନ୍ୟାୟାଧୀଶ ଧନୁର୍ଦ୍ଧର ସେନାପତି, ଅବସରପ୍ରାପ୍ତ ନ୍ୟାୟାଧୀଶ ପ୍ରକାଶ କୁମାର ରଥ, ଅବସରପ୍ରାପ୍ତ ରିଡର୍ ପୂର୍ଣ୍ଣିମା ମିଶ୍ର,ଜିଲ୍ଲା ପରିଷଦ ସଦସ୍ୟ ଲବ କୁମାର ସାହୁ, ବରିଷ୍ଠ ନାଗରିକ ସଂଗଠନ, ବୀରମହାରାଜପୁର ର ପୂର୍ବତନ ସଭାପତି ଭଗବାନ ମିଶ୍ର ଓ ସମ୍ବର୍ଦ୍ଧିତ ପ୍ରତିଭା ଡ ନିବେଦିତା ରଥ ପ୍ରମୁଖ ମଞ୍ଚାସୀନ ଥିଲେ ।ନିଜର କଠିନ ଅଧ୍ୟବସାୟ ଓ ପ୍ରଚେଷ୍ଟା ଫଳରେ ଏହି ସମ୍ମାନ ପ୍ରାପ୍ତ ହୋଇଛନ୍ତି ବୋଲି ଡ ରଥ ବକ୍ତବ୍ୟ ରଖିଥିଲେ। ବିଜେଡ଼ି ର ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟଞ୍ଜିବ ମିଶ୍ର,ବିପିନ୍ ପଣ୍ଡା ପ୍ରମୁଖ ଆଶୀର୍ବଚନ ପ୍ରଦାନ କରିଥିଲେ। ଡ଼ ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିଲେ । ଶେଷରେ ଚମ୍ପାମାଳ ସରପଞ୍ଚ ମହେନ୍ଦ୍ର ଜଗଦଲା ଧନ୍ୟବାଦ ଅର୍ପଣ କରିଥିଲେ।ଏହି ସଭାରେ ବୀରମହାରାଜପୁର ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment