ଘୋଡ଼ାପଲାଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ପରିଚାଳନା କମିଟି।

ପୋଲସରା,୧୮/୦୭ (ପିପିଟି) : ପୋଲସରା ବ୍ଲକ ଘୋଡ଼ାପଲାଣ ଗ୍ରାମପଞ୍ଚାୟତ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଘୋଡ଼ାପଲାଣ ନୂତନ ପରିଚାଳନା କମିଟି ଗଠନ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲୀପ କୁମାର ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଅଭିଭାବକ ମଣ୍ଡଳୀ ଏବଂ ଅନୁଷ୍ଠାନର ସମସ୍ତ ସହକାରୀ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ଉପସ୍ଥିତିରେ ଆଲୋଚନା କରାଯାଇ ଉପସ୍ଥିତ ପୂର୍ବ ପରିଚାଳନା କମିଟି ସଦସ୍ୟ ସଦସ୍ୟାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯିବା ସହିତ ସର୍ବ ସହମତି କ୍ରମେ ନୂତନ ସଭାପତି ଭାବେ ବାଳକୃଷ୍ଣ ପ୍ରଧାନ, ଉପସଭାନେତ୍ରୀ ଜୟଲକ୍ଷ୍ମୀ ପ୍ରଧାନଙ୍କୁ ମନୋନୀତ କରାଯିବା ସହ ପ୍ରଧାନ ଶିକ୍ଷକଙ୍କ ସମେତ ଶିକ୍ଷକ ଅନିଲ କୁମାର ଡାକୁଆ, ଅଙ୍ଗନୱାଡ଼ି କର୍ମୀ ସୋନିଆ ପ୍ରଧାନ, ଆଶା କର୍ମୀ କବିତା ପ୍ରଧାନ, ୱାର୍ଡ ମେମ୍ବର ମାମିନୀ ପ୍ରଧାନ ପ୍ରମୁଖଙ୍କ ସହିତ ଅନ୍ୟ ୧୨ ଜଣ ଅଭିଭାବକମାନଙ୍କୁ ମନୋନୀତ କରାଯାଇଛି। ନୂତନ କମିଟିର ସମସ୍ତଙ୍କୁ ସ୍ୱାଗତ ଏବଂ ଶୁଭେଚ୍ଛା ଦିଆଯାଇଥିଲା।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Comments (0)
Add Comment