ରନ୍ଧନ ଗ୍ଯାସ ଦର ବୃଦ୍ଧି ନେଇ ବିକ୍ଷୋଭ।

ଶେରଗଡ,୨୪/୧୧(ପିପିଟି): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପ୍ରକାରେ ବିଜୁ ଯୁବଜନତା ଓ ମହିଳା ଜନତା ଦଳ ପକ୍ଷରୁ ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକଙ୍କ ନେତୃତରେ ଶେରଗଡ ଚାରିଛକ ସ୍ଥିତ ବିଜୁପଟ୍ଟନାୟକ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଏକ ଶାନ୍ତିପୂର୍ଣ୍ଣ ବିଶାଳ ରାଲି ବାହାର କରି ଶେରଗଡ଼ ପଞ୍ଚାୟତସମିତି ଠାରେ ଗ୍ୟାସର ଅହେତୁକ ଦରବୃଦ୍ଧିହେତୁ ମହିଳା ମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଏଣୁ ଏହାର ପ୍ରତିବାଦ କରି ଶେରଗଡ ବ୍ଲକ ଗୋଷ୍ଠୀଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦିଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ଯରେ ଏକ ସ୍ମାରକପତ୍ର ପ୍ରଦାନ କରାଗଲା ।ଏହି ବିକ୍ଷୋଭ ରେ ବ୍ଳକ ଅଧ୍ୟକ୍ଷା ସାରସ ସ୍ବାଇଁ, ବ୍ଳକ ମହିଳା ବିଜେଡି ସଭାନେତ୍ରୀ ଉମାଦେବୀ ବେହେରା,ବ୍ଳକ ବିଜେଡି ସଭାପତି ଶରତ ଚନ୍ଦ୍ର ପାତ୍ର, ବରିଷ୍ଠ ବିଜେଡି ନେତା ହୃଷିକେଶ ପାଢୀ, ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ ପାତ୍ର, ସମୀର ପ୍ରଧାନ,ଶରତ ଗୌଡ, ଦିଗାମ୍ବର ନାହାକ ପ୍ରମୁଖ ଉପସ୍ଥିତ ଥିଲେ ।

(ରିପୋର୍ଟ- ଭିକୁ ନାୟକ। )

Comments (0)
Add Comment