ବୋଲଗଡ଼,୦୧/୦୫(ପିପିଟି):ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ପଞ୍ଚାୟତର ଗୋଡିଆଳି ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଜଣେ ୫୪ ବର୍ଷୀୟା ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ଉକ୍ତ ଗ୍ରାମର ଗାଉଦି ନାଏକ। ଗାଉଦି ପ୍ରତିଦିନ ପରି ନିଜ ଦାଣ୍ଡ ପିଣ୍ଢାରେ ସଂଧ୍ୟା ସମୟରେ ବସୁଥିଲେ କିନ୍ତୁ ଗତ ଗୁରୁବାର ସଂଧ୍ୟାରେ ନିଜ ପିଣ୍ଢାରେ ବସିଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କ ଗୋଡ଼କୁ କାମୁଡ଼ି ଦେଇ ଲାଖି ରହିଥିଲା। ତାଙ୍କର ସମ୍ପର୍କୀୟ ବିଷାକ୍ତ ସାପଟିକୁ ବାଡେଇ ମାରିଦେଇଥିଲେ। ସାପ କାମୁଡ଼ିବା ପରେ ସେ ଅସୁସ୍ଥ ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗାଉଦିଙ୍କର ପରିବାର କହିଲେ ଏକ ମାତ୍ର ସ୍ୱାମୀ ଗୁଣ୍ଡୁରି ନାଏକ ଏବଂ ନିଃସନ୍ତାନ ଥିଲେ। ଏହି ପରିବାର ଆର୍ଥିକ ସ୍ଥରରେ ସ୍ୱଛଳ ନୁହନ୍ତି। ମାଟି ଚାଳ ଛପର ଘରେ ପାଲପକାଇ ଜୀବନ ଜିଉଥିଲେ। ଏହି ସମୟରେ ଅସହାୟ ସ୍ୱାମୀ ଗୁଣ୍ଡୁରି ନାଏକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।