ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ପାଳିତ ।

ଭଞ୍ଜନଗର, ୨୬/୧୦(ପିପିଟି): ଦୁର୍ନୀତିମୁକ୍ତ ସମାଜ ଗଠନ ଏବଂ ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା,ସଚ୍ଚୋଟତା ଓ ଉତ୍ତରଦାୟିତ୍ୱ ବୋଧ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୬ ପାଳନ ଅବସରରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ଶପଥ ପାଠ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଅତିରିକ୍ତ ଉପଜିଲ୍ଲାପାଳ ପ୍ରଧାନ ଟୁଲିଆମା ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ବିରୋଧରେ ସଚେତନ ରହିବା ସହ ନିଜ ନିଜର କର୍ତ୍ତବ୍ୟ ସମ୍ପାଦନରେ ସଚ୍ଚୋଟତା, ସ୍ୱଚ୍ଛତା ଓ ନିଷ୍ଠା ବଜାୟ ରଖିବାକୁ ଶପଥ ଗ୍ରହଣ କରାଇଥିଲେ।

ଏହି ଅବସରରେ ସରକାରୀ କାର୍ଯ୍ୟରେ ଦୁର୍ନୀତିକୁ ପ୍ରଶ୍ରୟ ନ ଦେବା,ଜନସାଧାରଣଙ୍କୁ ଉତ୍ତମ ଓ ସ୍ୱଚ୍ଛ ସେବା ପ୍ରଦାନ କରିବା ଏବଂ ଦୁର୍ନୀତିମୁକ୍ତ ପ୍ରଶାସନ ଗଠନ ଦିଗରେ ସମସ୍ତେ ନିଜ ନିଜର ଦାୟିତ୍ୱ ନିଷ୍ଠାର ସହ ପାଳନ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଦୁର୍ନୀତି ଦେଶର ଆର୍ଥିକ, ରାଜନୈତିକ ଓ ସାମାଜିକ ପ୍ରଗତିରେ ଏକ ପ୍ରମୁଖ ପ୍ରତିବନ୍ଧକ ହୋଇଥିବାରୁ ଏହାର ନିରାକରଣ ପାଇଁ ପ୍ରତ୍ୟେକ ନାଗରିକଙ୍କ ସଚେତନତା ଓ ସହଯୋଗ ଜରୁରୀ। ଶପଥ ପାଠ ଅବସରରେ ଲାଞ୍ଚ ଦେବା ଓ ନ ନେବା, ନିଜ କର୍ତ୍ତବ୍ୟ ସମ୍ପାଦନରେ ସ୍ୱଚ୍ଛତା ଓ ସଚ୍ଚୋଟତା ବଜାୟ ରଖିବା ପାଇଁ ଅଧିକାରୀ ଓ କର୍ମଚାରୀମାନେ ସଂକଳ୍ପ ନେଇଥିଲେ।

କାର୍ଯ୍ୟକ୍ରମରେ ଡେପୁଟୀ କଲେକ୍ଟର ରଚିତା ମହାପାତ୍ର, ଅତିରିକ୍ତ ଉପଜିଲ୍ଲାପାଳ ଚନ୍ଦ୍ର ଗିରି ଗାୟତ୍ରୀ , ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଦୁର୍ନୀତି ନିବାରଣ ଦିଗରେ ସାମୂହିକ ସଚେତନତା ଓ ଦାୟିତ୍ୱବୋଧର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ।

Comments (0)
Add Comment