ବୀରମହାରାଜପୁରରେ ଭୀମଭୋଇ କଳା ନିକେତନର ବାର୍ଷିକୋତ୍ସବ ଏବଂ ଭୀମଭୋଇ ଜନ୍ମ ଜୟନ୍ତୀ ପାଳିତ ।

ସୁବର୍ଣ୍ଣପୁର ,୦୧/୦୫(ପିପିଟି ):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଗାୟତ୍ରୀ ଆବାସିକ ଶିକ୍ଷା ନିକେତନ ରେ ଭୀମଭୋଇ କଳା ନିକେତନ, ବୀରମହାରାଜପୁର ପକ୍ଷରୁ ସନ୍ଥ କବି ଭୀମଭୋଇଙ୍କ ଜନ୍ମ ଜୟନ୍ତୀ ଓ ଅନୁଷ୍ଠାନ ର ବାର୍ଷିକ ଉତ୍ସବ ଗମ୍ଭୀର ଓ ଆନନ୍ଦମୟ ପରିବେଶରେ ପାଳନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବୀରମହାରାଜପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, କିଶୋର ହୋତା, ପଙ୍କଜ ଖମାରୀ ଓ ଅକ୍ଷୟ ରାୟ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଅତିଥିମାନେ ଦୀପପ୍ରଜ୍ଵଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବାବେଳେ ଅକ୍ଷୟ ରାୟ ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ। କିଶୋର ହୋତା ତାଙ୍କ ଭାଷଣରେ ଭୀମଭୋଇଙ୍କ ଜନ୍ମ ସମ୍ବନ୍ଧୀୟ ରହସ୍ୟ ଓ ଶିକ୍ଷା-ଜ୍ଞାନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲ l ଗାୟତ୍ରୀ ଆବାସିକ ଶିକ୍ଷା ନିକେତନର ପ୍ରଧାନ ଶିକ୍ଷକ ପଙ୍କଜ ଖମାରୀ ତାଙ୍କ ବକ୍ତବ୍ୟରେ ଭଗବାନ ବୁଦ୍ଧ ଓ ସନ୍ଥ କବି ଭୀମଭୋଇଙ୍କ ଜନ୍ମର ସାମଞ୍ଜସ୍ୟ ବିଷୟ ଉଲ୍ଲେଖ କରିଥିଲେ।ସେ କହିଥିଲେ ଯେ, ମହାନ୍ ହେବା ପାଇଁ ଦୀର୍ଘ ଜୀବନ ଦରକାର ନୁହେଁ, ସତ୍ କର୍ମ ହିଁ ପ୍ରଧାନ। ନାରାୟଣ ଲୁହା ତାଙ୍କ ଅଭିଭାଷଣରେ ଭୀମଭୋଇଙ୍କ ଜୀବନୀ ସହ ଶିକ୍ଷା, ସଂସ୍କାର ଓ ପିତା-ମାତାଙ୍କ ପ୍ରତି ସମ୍ମାନର ଆବଶ୍ୟକତା ବ୍ୟକ୍ତ କରିଥିଲେ । ଅକ୍ଷୟ ରାୟ ତାଙ୍କ ମତାମତରେ ପିତା-ମାତା ଓ ଗୁରୁଙ୍କୁ ଜୀବନର ପ୍ରକୃତ ମାର୍ଗଦର୍ଶକ ବୋଲି ବର୍ଣ୍ଣନା କରି, ସେମାନଙ୍କ ପ୍ରେରଣା ଦ୍ୱାରା ଜୀବନରେ ଆଗକୁ ବଢ଼ିବା ସମ୍ଭବ ବୋଲି କହିଥିଲେ।ଶେଷରେ ଭୀମଭୋଇ କଳା ନିକେତନର ସୃଷ୍ଟି ଉଦ୍ଦେଶ୍ୟ ସମ୍ପର୍କରେ ମଦନ ଭୋଇ ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମର ସୁଦର୍ଶନ ବିଶ୍ୱାଳ, ଦିନେଶ ବିଶ୍ୱାଳ, ପୃଥ୍ବୀରାଜ ଜଗଦଲା, ଭୀଷ୍ମ ବଗର୍ତ୍ତି, ବିକାଶ ମହାକୁର, ଅକ୍ରୁର ପଣ୍ଡା, ସୌମ୍ୟରଞ୍ଜନ, ସୁକାନ୍ତ ସାହୁ, ପଦ୍ମନାଭ ବାରିକ, ସୁଧନ ଭୋଇ, ସର୍ତ୍ତିକ ବଡମାଳି ଓ ସୌତମ୍ ଆଦି ସହଯୋଗ କରିଥିଲେ।ଶେଷରେ ଯୁଧିଷ୍ଠିର ଖମାରୀ ଧନ୍ୟବାଦ୍ ଜଣାଇ କାର୍ଯ୍ୟକ୍ରମର ସମାପନ କରିଥିଲେ।

ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ

Comments (0)
Add Comment