ସାର କଳାବଜାରୀ ଓ କୃଷି ବିଭାଗ ଅନିମିୟତତା ତଦନ୍ତ ଦାବି:କିଷାନ କଂଗ୍ରେସ ଓଡ଼ିଶା ।

0 430

ହିଞ୍ଜିଳିକାଟୁ,ତା-୦୩/୦୯(ପିପିଟି) ; ହିଞ୍ଜିଳିରେ ସାର କଳା ବଜାରୀ ସାଙ୍ଗକୁ ସମୟ ଅତିକ୍ରାନ୍ତ ପରେ କୃଷି ବିଭାଗ ତରଫରୁ ବିଭିନ୍ନ ସାମଗ୍ରୀ ବିହନ ଯୋଗାଣ ହୋଉଥିବା ନେଇ ଓଡ଼ିଶା କିଷାନ କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ପଦ୍ମଚରଣ ସାହୁ କ୍ଷୋବ ପ୍ରକାଶ କରିଛନ୍ତି । ୩୧/୮/୨୦ ସମୋବାର ଦିନ ସୋସିଆଲ ମିଡ଼ିଆ ମାଧ୍ୟମରେ ଏକ ପେରିତ ପତ୍ର ପ୍ରେସ୍ ମିଟ ଜରିଆରେ ସୂଚନା ଦେଇଛନ୍ତି ଯେ, ଶାସକ ସରକାର ଆମ ପାଖରେ ବହୁତ ସାର ମହଜୁଦ ଅଛି ଏବଂ ସମବାୟ ସଂସ୍ଥା ମାଧ୍ୟମରେ ସୁଲଭ ଦରରେ ଯୋଗାଇ ଦେବା କଥା କହିଛନ୍ତି।କିନ୍ତୁ ବ୍ୟବସାୟ ଠାରୁ DAP-୧୩୦୦/- ,୨୮-୨୮ ଗ୍ରୋମର ୧୪/-,୨୦.୨୦.୦୧୪ ଗ୍ରୋମର ୧୧୦୦/-,ୟୁରିଆ ଦର ୪୫୦ ସହିତ ଜୀଙ୍କ୍ ସାର ନେବା ପାଇଁ ବ୍ୟବସୟୀ ବାଧ୍ୟ କରୁଛନ୍ତି ବୋଲି ଶ୍ରୀ ସାହୁ ଅଭିଯୋଗ କରୁଛନ୍ତି । ଚଳିତ ବର୍ଷ ଭଲ ଫସଲ ହୋଇଥିବାରୁ କେତେକ ଅସାଧୁ କର୍ମଚାରୀ, ବ୍ୟବସାୟୀ ଓ ସମବାୟ ସଂସ୍ଥା ମିଶି କୃତ୍ରିମ ଅଭାବ ସୃଷ୍ଟି କରିଛନ୍ତି। ଯାହା ଚାଷୀଙ୍କ ପାଇଁ ହତାଶ ସୃଷ୍ଟି କରିଛି। ଶ୍ରୀ ସାହୁଙ୍କ କହିବା ପ୍ରକାରେ ହିଞିଳିର ସମବାୟ ସଂସ୍ଥା ମାନଙ୍କୁ ପ୍ରଥମେ କିଛି ପିଡ଼ିଆ ଆସି କୃଷି ଅଧିକାରୀଙ୍କ ଜାଣନ୍ତରେ ବାହାରେ ବିକ୍ରି ହୋଇଛି ।ପତ୍ର ପତ୍ରିକାରେ ବିରୋଧୀ ସ୍ବର ଉଠିବା ପରେ କିଛି ୟୁରିଆ ସାର ପଠାଇ ଆଧାର କାର୍ଡ ମାଧ୍ୟମରେ ବଣ୍ଟାଗଲା ।ସୂଚନାଯୋଗ୍ୟ ଭିତିରି କାରବାର ହେତୁ ସରକାରଙ୍କ ଦଳୀୟ କର୍ମୀଙ୍କୁ ଛାଡିଦେଲେ ପ୍ରକୃତ ଚାଷୀଙ୍କୁ ସବସିଡ ସାର ମିଳିବା ସ୍ବପ୍ନ ହୋଇଯାଇଛି। ଚଳିତ ବର୍ଷ ସବୁଜ ଖତ କରିବା ପାଇଁ ଆସିଥିବା ଧନିଚା ବିହନ ଜୁଲାଇ ମାସରେ ବଣ୍ଟନ କରାଗଲା । ଚାଷ କାର୍ଯ୍ୟ ସାରିଥିବାରୁ ଏହି ବିହନ କେଉଁ କାର୍ଯ୍ୟ ପାଇଁ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।ଉତ୍ତରରେ ଫେର ଚାଷୀଙ୍କୁ କୁଆଡେ କୁହାଯାଇଥିବା ଶୁଣା ଯାଉଛି ଏହି ବିହନ ତୁମ କାର୍ଯ୍ୟକୁ ନାହିଁ ତାହା ହେଲେ ତୁମେ ଖାଇଦିଅ । ଧାନ ରୁଆ ସାରିଥିବାରୁ ଘାସ ମରା ଔଷଧ ର କୌଣସି ଆବଶ୍ୟକତା ନାହିଁ ।ଏହାର ଉତ୍ତରରେ କର୍ମଚାରୀ କହନ୍ତି କୁଆଡେ ଆସନ୍ତା ବର୍ଷକୁ କାର୍ଯ୍ୟରେ ଆସିବ । ଏଣୁ କଂଗ୍ରେସ ଦଳ ତରଫରୁ ଏଭଳି ଦୁର୍ନୀତି ରେ ଲିପ୍ତ ଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ ତଦନ୍ତ ଦାବୀ ସହ ଚାଷୀଙ୍କୁ ଯେପରି ସୁଲଭ ଦରରେ ସାର ଔଷଧ ବିହନ ମିଳିପାରିବ ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି । ପ୍ରତିବାଦ ଅଭିଯୋଗ ସ୍ୱତେ ସରକାର ଯଦି କୌଣସି ପଦକ୍ଷେପ ନ ନିଅନ୍ତି ,ଆଗାମୀ ଦିନରେ ରାଜ ରାସ୍ତାରେ ଆନ୍ଦୋଳନ ପାଇଁ ପଛାଇବୁ ନାହିଁ ବୋଲି ଓଡିଶା କିଷାନ କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ପଦ୍ମ ଚରଣ ସାହୁ ଚେତାଇ ଦେଇଛନ୍ତି । ରିପୋର୍ଟ – ପ୍ରଭୂଦତ୍ତ ପାତ୍ର ।

Leave A Reply

Your email address will not be published.