​ଗଞ୍ଜାମ ସେନା ପ୍ରତିଷ୍ଠାତା ତଥା ସାଧାରଣ ସମ୍ପାଦକ ପଦ୍ମନାଭ ସେଠୀଙ୍କ ବିୟୋଗରେ କ୍ୟାଣ୍ଡେଲ ଶୋଭାଯାତ୍ରା ଓ ଶ୍ରଦ୍ଧାଞ୍ଜଳି ।

0 23

​ହିଞ୍ଜିଳିକାଟୁ,୨୯/୧୧(ପିପିଟି): ‘ଗଞ୍ଜାମ ସେନା’ ସାମାଜିକ ସଂଗଠନର ପ୍ରତିଷ୍ଠାତା ତଥା ସାଧାରଣ ସମ୍ପାଦକ ପଦ୍ମନାଭ ସେଠୀଙ୍କ ଅକାଳ ବିୟୋଗରେ ସଂଗଠନ ପକ୍ଷରୁ ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭା ଓ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନଭେମ୍ବର ୨୧ ତାରିଖରେ ତାଙ୍କର ତିରୋଧାନ ଘଟିଥିଲା ।

​ଏହି ଅବସରରେ ‘ଗଞ୍ଜାମ ସେନା’ର କର୍ମକର୍ତ୍ତା ତଥା ସଭାପତି ନୟନ କୁମାର ପାଣିଗ୍ରାହୀ,ଗାନ୍ଧୀ ସେଠୀ, ବିନାୟକ ଭୂୟାଁ,ମନୋଜ ଭୂୟାଁ, ଜଗନ୍ନାଥ ଦୋରା, ପ୍ରଭାତ କୁମାର ସହ ଗଞ୍ଜାମ ସେନାର ବହୁ ସଦସ୍ୟ ଏବଂ ସ୍ଥାନୀୟ ବହୁ ଲୋକ ହାତରେ ମହମବତୀ (କ୍ୟାଣ୍ଡେଲ) ଧରି ଶୋଭାଯାତ୍ରାରେ ବାହାରିଥିଲେ। ହିଞ୍ଜିଳିକାଟୁ ବସ ଷ୍ଟାଣ୍ଡ ଠାରୁ ବାହାରି ସେଠୀ ବାବୁଙ୍କ ବାସ ଭାବନ ଠାରେ ପହଞ୍ଚି ଥିଲେ । ଶୋଭାଯାତ୍ରାରେ ସ୍ୱର୍ଗତ ପଦ୍ମନାଭ ସେଠୀଙ୍କ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିବା ଫଟୋଚିତ୍ର ସହ ତାଙ୍କର ଶ୍ରଦ୍ଧାଞ୍ଜଳି ବ୍ୟାନର ଧରି ସମସ୍ତେ ସମବେଦନା ଜ୍ଞାପନ କରିଥିଲେ। ଏଥି ସହିତ ପଣା ଓ ବ୍ରାହ୍ମଣ ଭୋଜନ ଗଞ୍ଜାମ ସେନା ସଂଗଠନ ତରଫରୁ ଆୟୋଜନ କରାଯାଇଥିଲା ।

​ସଂଗଠନର ସଦସ୍ୟମାନେ କହିଛନ୍ତି ଯେ,ପଦ୍ମନାଭ ସେଠୀ ଜଣେ ନିଷ୍ଠାବାନ ସଂଗଠକ ତଥା ସମାଜସେବୀ ଥିଲେ । “ଏକତା – ସେବା – ସମ୍ମାନ – ସୁରକ୍ଷା” ମୂଳମନ୍ତ୍ରକୁ ନେଇ ଗଞ୍ଜାମ ଜିଲ୍ଲାର ଅସହାୟ ଲୋକଙ୍କୁ ସହାୟତା ପ୍ରଦାନ କରିବା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କର ବିୟୋଗରେ ସଙ୍ଗଠନ ତଥା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଶେଷରେ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।
​
​

Leave A Reply

Your email address will not be published.