ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ପାଇଁ ଛତ୍ରପୁରରେ ସାମୂହିକ ଶପଥ ପାଠ ।

0 0

ଛତ୍ରପୁର,୨୭/୧୧(ପିପିଟି): ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ଉଦ୍ଦେଶ୍ୟରେ ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦର ରୁଷିକୁଲ୍ୟା ସମ୍ମିଳନୀ କକ୍ଷଠାରେ ଏକ ଜିଲ୍ଲାସ୍ତରୀୟ ଅଂଶୀଦାର ସମ୍ମିଳନୀ ଏବଂ ସାମୂହିକ ଅନଲାଇନ୍ ଶପଥ ପାଠ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାଲ୍ୟ ବିବାହ ନିରାକରଣ ପାଇଁ ସମସ୍ତ ବିଭାଗ, ଅଂଶୀଦାର ଓ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ସମନ୍ୱିତ ଉଦ୍ୟମର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ସମ୍ମିଳନୀରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅର୍ଚ୍ଚନା କାହାନରା, ସମାଜ ମଙ୍ଗଳ ଅଧିକାରୀ,ସଙ୍ଗୀତା ପାତ୍ର,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶ, ଶିଶୁ ମଙ୍ଗଳ ସମିତିର ସଦସ୍ୟ ହରିହର ପାଢ଼ୀ,ଗଞ୍ଜାମ ଓ ବ୍ରହ୍ମପୁରର ଡିଏସ୍‌ପି, ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ,ମିଶନ ଶକ୍ତିର ଡିପିସି, ଜିଲ୍ଲା ପ୍ରୋଗ୍ରାମ ଅଫିସର (ଆଇସିଡିଏସ୍‌) , କ୍ରିଉସ ଅନୁଷ୍ଠାନ ସମ୍ପାଦକ, ବ୍ରହ୍ମପୁର ଏବଂ ଛତ୍ରପୁରର ଆଇସିଡିସ କାର୍ଯ୍ୟକ୍ରମ ଅଧିକାରୀ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଅଂଶୀଦାରମାନେ ଯୋଗଦେଇଥିଲେ ।

କାର୍ଯ୍ୟକ୍ରମରେ ବାଲ୍ୟ ବିବାହର କୁପରିଣାମ,ଏହାର ଆଇନଗତ ଦିଗ,ଶିଶୁ ସୁରକ୍ଷା, କିଶୋରୀମାନଙ୍କ ଶିକ୍ଷା ଓ ସଶକ୍ତୀକରଣ ସମ୍ପର୍କରେ ଅଂଶଗ୍ରହଣକାରୀ ମାନଙ୍କୁ ସଚେତନ କରାଯାଇଥିଲା ।

ମହିଳା ସୁରକ୍ଷା ଅଧିକାରୀ ଡି. ନାଗୋରନ୍ତମ ଧନ୍ୟବାଦ ଅର୍ପଣ କରିଥିବା ବେଳେ ୟୁନିସେଫ୍‌ର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ ସଂଯୋଜନା କରିଥିଲେ ।

Leave A Reply

Your email address will not be published.