ଭଞ୍ଜନଗରରେ ବ୍ଲକ ସ୍ତରୀୟ ପେନସନ ପୋର୍ଟାଲ ଶୁଭାରମ୍ଭ : ୧୭୧୮ ଜଣଙ୍କୁ ଭତ୍ତା ବଣ୍ଟନ କଲେ ବିଧାୟକ ।

0 15

ଭଞ୍ଜନଗର, ୨୭/୧୧. ମଧୁବାବୁ ପେନ୍‌ସନ୍ ଯୋଜନାରେ ରାଜ୍ୟର ୫,୦୫,୮୧୭ ନୂତନ ହିତାଧୂକାରୀଙ୍କୁ ଭତ୍ତା ପ୍ରଦାନର ଶୁଭାରମ୍ଭ ଏବଂ ଏକୀକୃତ ପେନ୍‌ସନ୍ ପରିଚାଳନା ପୋର୍ଟାଲ୍ (UPMP)ର ଶୁଭ ଉଦ୍‌ଘାଟନ ହୋଇଥିବା ବେଳେ ପେନସନ – ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଗଞ୍ଜାମ ଜିଲ୍ଲା ପକ୍ଷରୁ ଏକୀକୃତ ପେନସନ ପରିଚାଳନା ପୋର୍ଟାଲ୍ ର ବ୍ଲକସ୍ତରୀୟ ଶୁଭ ଉନ୍ମୋଚନ ଉତ୍ସବ ଆଜି ଭଞ୍ଜନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ନରୀସଭା ନାୟକ,ତହସିଲଦାର ଅଭିପ୍ସା ପଟ୍ଟନାୟକ, ସାଂସଦ ପ୍ରତିନିଧି ଧୋବା ଗୌଡ଼,ଜିଲ୍ଲା ପରିଷଦ ସାଂସଦ ପ୍ରତିନିଧି ଶିବ ଶଙ୍କର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ବିଡ଼ିଓ ଭାରତୀ ଦେବୀ ଅଧ୍ୟକ୍ଷତା କରିଥିଲେ।ଭଞ୍ଜନଗର ବ୍ଲକରେ ଥିବା ୨୨ଟି ପଞ୍ଚାୟତ ର ମୋଟ ୧,୭୧୮ଜଣ ହିତାଧିକାରୀ ଙ୍କୁ ମଧୁବାବୁ ପେନସନ ଯୋଜନାରେ ବିଧାୟକ ଶ୍ରୀ ନାୟକ ଭତ୍ତା ବଣ୍ଟନ କରିଥିଲେ।ଏହି ୟୁପିଏମପି ପୋର୍ଟାଲରେ ଆବେଦନ କାରୀ ଯୋଗ୍ୟ ହିତାଧିକାରୀ ହୋଇଥିଲେ ବ୍ଲକ ପ୍ରଶାସନ ୧୦ଦିନ ମଧ୍ୟରେ ତାଙ୍କର ଭତ୍ତା ମଞ୍ଜୁର କରିବ, ଯାହା ଫଳରେ ଆଉ କାହାକୁ ପେନସନ ପାଇଁ ଦୀର୍ଘଦିନ ଅପେକ୍ଷା କରିବାକୁ ପଡ଼ିବନି, ତେଣୁ ସମସ୍ତଙ୍କ ଭତ୍ତା ସମସ୍ୟା ଶୀଘ୍ର ଦୂର ହେବ ବୋଲି ବିଡ଼ିଓ ସୂଚନା ଦେଇଥିଲେ।ସେହିପରି ମୁଖ୍ୟମନ୍ତ୍ରୀ ଭତ୍ତା ପାଇବାରେ ଯେପରି କେହି ବଞ୍ଚିତ ହେବେ ନାହିଁ, ତେଣୁ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ପାଇଁ ସେ ୮ହଜାର ଭତ୍ତା ମଞ୍ଜୁର କରିଛନ୍ତି ତେଣୁ ତାଙ୍କର ଏଭଳି ଉଚିତ ପଦକ୍ଷେପକୁ ବିଧାୟକ ଶ୍ରୀ ନାୟକ ମଧ୍ୟ ପ୍ରଶଂସା କରିଥିଲେ। ଏଥିରେ ଏବିଡ଼ିଓ ପୂର୍ଣଚନ୍ଦ୍ର ପାଢ଼ୀ, ବାଉଁଶ ଲୁଣ୍ଡି ସରପଞ୍ଚ ଉଦ୍ଧବ ମିଶ୍ର, ଡିହ ପଢାଳ ସରପଞ୍ଚ ପ୍ରତିନିଧି ସୁବାଷ ବରାଡ଼, ଲାଲ ସିଙ୍ଗ ସରପଞ୍ଚ ଶିବରାମ ସାହୁଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ ଓ ବ୍ଲକ କର୍ମଚାରୀ ସହଯୋଗ କରିଥିଲେ।

ରିପୋର୍ଟ -ଜେ କେ ପଟ୍ଟନାୟକ

Leave A Reply

Your email address will not be published.