୨ ଦଫା ଦାବୀ ନେଇ ଛତ୍ରପୁର ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ବିଇଓଙ୍କୁ ଦାବୀପତ୍ର ପ୍ରଦାନ ।

0 24

ଛତ୍ରପୁର,୨୩/୧୧(ପିପିଟି): ଛତ୍ରପୁର ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଙ୍ଘ (PSTA) ପକ୍ଷରୁ ୨ ଦଫା ଦାବୀ ସମ୍ବଳିତ ଏକ ଦାବୀପତ୍ର ଛତ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଏହି ଦାବୀପତ୍ର ପ୍ରଦାନ କରାଯାଇଛି ।

ଆଗାମୀ ନଭେମ୍ବର ୨୭ ତାରିଖରେ ଭୁବନେଶ୍ୱର ଠାରେ ହେବାକୁ ଥିବା ରାଜ୍ୟସ୍ତରୀୟ ଆନ୍ଦୋଳନର ସଫଳତା ଓ ବିଭିନ୍ନ ଦାବୀ ପୂରଣ ଲକ୍ଷ୍ୟରେ ଏହି ଦାବୀପତ୍ର ଦିଆଯାଇଥିବା ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି । ଛତ୍ରପୁର ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି କୃଷ୍ଣ ଚନ୍ଦ୍ର ଦାସଙ୍କ ନେତୃତ୍ୱରେ ଏହି ଦାବୀପତ୍ର ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ଛତ୍ରପୁର ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସମ୍ପାଦକ ମନୋଜ କୁମାର ତ୍ରିପାଠୀ ଏବଂ ଉପସଭାପତି ପିତାମ୍ବର ବେହେରା, ଶିକ୍ଷକ ଜୟଦେବ ଚର୍ତ୍ତି, ଅଶୋକ ଆଚାର୍ଯ୍ୟ,ନିରଞ୍ଜନ ପ୍ରଧାନ,ବସନ୍ତ ପ୍ରଧାନ,ଅରୁଣାଞ୍ଚଳ ବେହେରା,ବିଭୁଦତ୍ତ ଶତପଥୀ, ଶିବ ଶଙ୍କର ଗୌଡ଼,ପ୍ରଭାଞ୍ଜନ ଶତପଥୀ କୈଳାସ ବେହେରା, ସୁରେଶ ମହାନ୍ତି ଏବଂ ଏକ୍ସ କେଡେର୍ ଜିଲ୍ଲା ସଭାପତି ବିଷ୍ଣୁ ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.