କୋଟିଆକୁ ନେଇ ପୁଣି ତେଜିଲା ଓଡ଼ିଶା-ଆନ୍ଧ୍ର ବିବାଦ, ଦୁଇ ଗିରଫକୁ ନେଇ ଆନ୍ଧ୍ରରେ ରାଜନୈତିକ ଉଷ୍ମତା ।

0 3

କୋରାପୁଟ, ୨୨/୧୧: କୋଟିଆକୁ କେନ୍ଦ୍ର କରି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଦୀର୍ଘଦିନର ସୀମା ବିବାଦ ପୁଣି ଥରେ ଉଗ୍ର ରୂପ ନେଇଛି। ଓଡ଼ିଶା ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ଫଗୁଣସିନେରୀ ଗ୍ରାମର ବିଶୁ ପାଙ୍ଗି ଓ ଲିବ୍ରି ହିମିରିକାଙ୍କୁ କୋରାପୁଟ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିବା ପରେ ଆନ୍ଧ୍ରପ୍ରଦେଶର ରାଜନୈତିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ଏହି ଘଟଣାକୁ ନେଇ ଆନ୍ଧ୍ରର ପୂର୍ବତନ ମନ୍ତ୍ରୀ ପି.ଡି. ରାଜନ୍ନାଦୋରା ଓଡ଼ିଶା ସରକାର ଓ ପୁଲିସର କାର୍ଯ୍ୟଶୈଳୀକୁ ସମାଲୋଚନା କରିଛନ୍ତି। କୋଟିଆର ଆଦିବାସୀମାନଙ୍କୁ ଅବହେଳା କରାଯାଉଥିବା ଏବଂ ୱାଇଏସଆରସିପି ସଦସ୍ୟଙ୍କୁ ଗିରଫ କରାଯାଇଥିବା ନେଇ ସେ ଅଭିଯୋଗ ଆଣିଛନ୍ତି। ସେହିପରି ଆନ୍ଧ୍ରର ମନ୍ତ୍ରୀ ଗୁମ୍ମିଦି ସନ୍ଧ୍ୟାରାଣୀ ମଧ୍ୟ କୋଟିଆରେ ନିର୍ବାଚନ ଲଢ଼ିବାକୁ ଇଚ୍ଛୁକ ଥିବା ଛଅ ଜଣଙ୍କୁ ଅଟକ ରଖାଯିବା ଘଟଣାରେ ଓଡ଼ିଶା ପୁଲିସକୁ ଟାର୍ଗେଟ କରିଛନ୍ତି। ଫଳରେ କୋଟିଆରେ ପୁଲିସର କାର୍ଯ୍ୟାନୁଷ୍ଠାନ ଓ ନିର୍ବାଚନ ପ୍ରସଙ୍ଗକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ରାଜନୈତିକ ବୟାନବାଜି ଜୋର୍‌ ଧରିଛି।

Leave A Reply

Your email address will not be published.