ପାତ୍ରପୁର,୨୨/୧୧(ପିପିଟି): ବାତ୍ୟା ‘ଅକଭାନ୍’ ପୂର୍ବରୁ ଓ ପରବର୍ତ୍ତୀ ସମୟରେ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକରେ ଦେବଗଡ଼ ଚତୁର୍ଥ ଆଇ.ଆର.ବି.ଏନ୍. ଓଡ୍ରାଫ୍ ଟିମ୍ ଉଲ୍ଲେଖନୀୟ ସେବା ପ୍ରଦାନ କରିଛି ।
ନଭେମ୍ବର ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ପାତ୍ରପୁର ବ୍ଲକର ବିଭିନ୍ନ ଗ୍ରାମରେ ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ଏହି ଟିମ୍ ବିପଦରେ ଥିବା ଲୋକଙ୍କୁ ଉଦ୍ଧାର କରିବା ସହ ରାସ୍ତା ଉପରେ ପଡ଼ିଥିବା ଗଛ ଓ ଡାଳ ସଫା କରି ଯାତାୟାତ ସ୍ୱାଭାବିକ କରିଥିଲେ। ଭାଙ୍ଗି ପଡ଼ିଥିବା ବିଦ୍ୟୁତ୍ ଖୁଣ୍ଟ ଓ ତାର ହଟାଇବା ସହ ବିଦ୍ୟୁତ୍ ସରବରାହ ପୁନଃସ୍ଥାପନରେ ମଧ୍ୟ ସହଯୋଗ କରିଥିଲେ ।
ପ୍ରତିକୂଳ ପାଗ ଓ କଠିନ ପରିସ୍ଥିତିରେ ନିଷ୍ଠାର ସହ ସେବା ଯୋଗାଇଥିବା ଏହି ଟିମ୍କୁ ପାତ୍ରପୁର ବ୍ଲକବାସୀଙ୍କ ପକ୍ଷରୁ ସ୍ଥାନୀୟ ବିଡିଓ ପ୍ରଶଂସାପତ୍ର ପ୍ରଦାନ କରିଛନ୍ତି ।
ଏସ୍.ଆଇ. (ଆର୍ମଡ୍) ଜଗତରାମ ସାଏଙ୍କ ନେତୃତ୍ୱରେ ଉପାସୁ ମାହାର, ପୁରୁଷୋତ୍ତମ ସାମଲ, ଶୁଭେନ୍ଦୁ ପ୍ରଧାନ,ପୀତାବାସ ସାହୁ, ଟି. ସୁନ୍ଦର ସାହୁ,ପ୍ରଶାନ୍ତ ସାହୁ, ଦୁର୍ଗା ମୁଣ୍ଡା, ଭୂପେନ ସାମଲ, ବିଭୂତି ଭୂଷଣ ସାହୁ, ରବୀନ୍ଦ୍ର ବେହେରା,ଜ୍ଞାନନିଧି ଭୋଇ ଓ ଡ୍ରାଇଭର ପରେଶ ପ୍ରଧାନ ଏହି ସେବା କାର୍ଯ୍ୟରେ ସାମିଲ ଥିଲେ ।
ରିପୋର୍ଟ- ନିଗମାନନ୍ଦ ପଣ୍ଡା ।