ବିପନ୍ନଙ୍କ ପାଖରେ ପହଞ୍ଚିଲେ ହର ପ୍ରସାଦ ସାହୁ, ଲୋକଙ୍କ ସମସ୍ୟା ନେଇ ବିଡିଓଙ୍କ ସହ ଆଲୋଚନା ।

0 12

ବେଗୁନିଆପଡ଼ା ,୨୦/୧୧(ପିପିଟି): ବାତ୍ୟାରେ ପ୍ରଭାବିତ ଲୋକଙ୍କ ଦୁଃଖ ଓ ସମସ୍ୟା ବୁଝିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ଗଞ୍ଜାମ ଜିଲ୍ଲା ବିଜେଡି ଉପସଭାପତି ହର ପ୍ରସାଦ ସାହୁ। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ମର୍ଦ୍ଦମେଖ ପଞ୍ଚାୟତ ଅନ୍ତର୍ଗତ ବଡ଼ ଗୁଡ଼ିଆଳି ଗାଁରେ ବାତ୍ୟାର ପ୍ରଭାବରେ ଗାଁ ଭିତରେ ପାଣି ପଶିଯିବା ଫଳରେ ଅନେକ ପରିବାର ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି । ଏହି ଖବର ପାଇ ଗଞ୍ଜାମ ଜିଲ୍ଲା ବିଜେଡି ଉପ ସଭାପତି ତଥା କୋଦଳା ପ୍ରାକ୍ତନ ନଗରପାଳ ହର ପ୍ରସାଦ ସାହୁ ଘଟଣାସ୍ଥଳରେ ପହଞ୍ଚି ବିପନ୍ନ ପରିବାରଙ୍କ ସହ ଆଲୋଚନା କରିବା ସହିତ ସେମାନଙ୍କ ସମସ୍ୟା ଓ ଆବଶ୍ୟକତା ବୁଝିଥିଲେ।ଏହି ସମୟରେ ବେଗୁନିଆପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନିଲ ସାମନ୍ତ ମଧ୍ୟ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ। ଅନ୍ୟପଟେ ହର ପ୍ରସାଦ ସାହୁ ବେଗୁନିଆପଡ଼ା ବିଡିଓଙ୍କ ସହ ଆଲୋଚନା କରି ପ୍ରଭାବିତ ପରିବାରଙ୍କ ସମସ୍ୟା ଓ ସେମାନଙ୍କୁ ଆବଶ୍ୟକ ସୁବିଧା ଯୋଗାଇଦେବା ଦିଗରେ ଦୃଷ୍ଟି ଦେବା ନେଇ ଆଲୋଚନା କରିଥିଲେ ।ପୂର୍ବରୁ କୋଦଳା ତହସିଲଦାର ବିନ୍ଦୁ ବଳୟ ରାଉତରାୟ ନିଜର ଟିମ ସହିତ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନନୁଧ୍ୟାନ କରି ଫେରିଥିବା ଜଣାପଡ଼ିଛି ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.