ନ୍ୟାୟ ପାଇବା ଦାବୀରେ ରାଜରାସ୍ତାକୁ ଓହ୍ଲାଇଲେ ବର୍ଷା ।

0 2

ବେଗୁନିଆପଡା ,୧୯/୧୧(ପିପିଟି):ସ୍ୱାମୀ ଓ ଶାଶୁଙ୍କ ନିର୍ଯାତନାର ଶିକାର ହୋଇ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ସ୍ୱାମୀ ଓ ଶାଶୁ ମାଡ଼ ମାରି ଫେରାର ହୋଇଯିବା ପରେ ସ୍ତ୍ରୀ ବର୍ଷା ଦେଓଙ୍କ ସମେତ ଗ୍ରାମବାସୀ ୩୦ ନମ୍ବର ରାଜ୍ୟ ରାଜପଥ ଅବରୋଧ କରିଛନ୍ତି। ଗଞ୍ଜାମ ଜିଲ୍ଲା କୋଦଳା ଥାନା ପୁସ୍ତପୁର ନିକଟରେ ରାସ୍ତାରୋକ ଯୋଗୁଁ ଆସିକା-ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ ହୋଇଛି। ଅଭିଯୋଗ ଅନୁଯାୟୀ, ପୁସ୍ତପୁର ଗ୍ରାମର ଜ୍ୟୋତି ରଞ୍ଜନ ବେହେରା ଓ ତାଙ୍କ ମାଆ ଦୀର୍ଘଦିନ ଧରି ବର୍ଷାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଏନେଇ ଥାନାରେ ଅଭିଯୋଗ ପରେ ମଧ୍ୟ କୌଣସି ସମାଧାନ ହୋଇନଥିବା ଅଭିଯୋଗ କରିଛନ୍ତି ବର୍ଷା। ଶେଷରେ ନ୍ୟାୟ ଦାବିରେ ଗ୍ରାମବାସୀଙ୍କ ସହ ମିଶି ରାଜପଥ ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ପୋଲିସର ହସ୍ତକ୍ଷେପ ଓ ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା। ସେପଟେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝସୁଝା କରୁଥିବା ବେଳେ ଏବେ ରାସ୍ତା ଅବରୋଧ ହଟିଥିବା ଜଣାପଡିଛି ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.