ପୋଲସରା ପ୍ରେସ୍ କ୍ଳବ୍ ପକ୍ଷରୁ ୬୧ ତମ ଜାତୀୟ ପ୍ରେସ୍‌ ଦିବସ ପାଳିତ ।

0 2

ପୋଲସରା,୧୬/୧୧ (ପିପିଟି) : ପୋଲସରା ପ୍ରେସ୍ କ୍ଳବ୍ ପକ୍ଷରୁ ଆଜି ଏଠାରେ ୬୧ ତମ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଥିଲା । ସ୍ଥାନୀୟ ଜଗନ୍ନାଥ ସାହି ସ୍ଥିତ ସିମାଞ୍ଚଳ ସାହୁ ଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ଉତ୍ସବରେ ହରିହର ପାତ୍ର ଅଧ୍ୟକ୍ଷତା କରିଥିଲେ । ବରିଷ୍ଠ ସାମ୍ବାଦିକ ଡ଼ . ଜ୍ୟୋତିର୍ମୟ ପଟ୍ଟନାୟକ ଉତ୍ସବରେ ରେ ମୂଖ୍ୟ ଅତିଥି ଭାବେ ଯୋଗ ପରିବର୍ତ୍ତିତ ପରିସ୍ଥିତି ସହିତ ତାଳ ଦେଇ କାର୍ଯ୍ୟ ନକଲେ ସାମ୍ବାଦିକ ମାନେ ପଛରେ ପଡିଯିବେ କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସନ୍ତୋଷ କୁମାର ପଣ୍ଡା , ଜ୍ୟୋତିର୍ମୟ ଆଚାରି , ସୁଶାନ୍ତ ମହାରଣା ଏବଂ ସିମାଞ୍ଚଳ ସାହୁ ପ୍ରମୁଖ ଜାତୀୟ ପ୍ରେସ ଦିବସ ସମ୍ପର୍କରେ ଆଲୋଚନା କରିବା ସହିତ ଭୟ ମୁକ୍ତ ପରିବେଶ ଓ ପ୍ରେସ ସ୍ବାଧୀନତା ହିଁ ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ କୁ ମଜବୁତ କରି ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଶିବ ପ୍ରସାଦ ସାହୁ , ନାରାୟଣ ସାହୁ , ସୁଧାଂଶୁ ଶେଖର ସାହୁ , ରୋହିତ ପ୍ରଧାନ , ଅକ୍ଷାନ୍ତ କୁମାର ମିଶ୍ର , ହୃଷୀକେଶ ନାୟକ , ସୁଶାନ୍ତ ମହାରଣା, ଡି. ଜ୍ୟୋତି ରଞ୍ଜନ ଆଚାରୀ, ହୃଷିକେଶ ନାୟକ,ଟି ଶରତ କୁମାର ସୁବୁଦ୍ଧି ଏବଂ ସୁବ୍ରତ ବେହେରା ଉତ୍ସବରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.