ସାହିତ୍ୟ ଘର ଶାରଦୀୟ ଉତ୍ସବ ,ମୁଖପତ୍ର ଶୁଭଲଗ୍ନା ର ଲୋକାର୍ପଣ ।

0 86

ଚିକିଟି, ୧୬/୧୧(ପିପିଟି):ଗଞ୍ଜାମ ଜ଼ିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ କେରାଣ୍ଡିମାଳ ପର୍ବତ ଶିଖରବାସିନୀ ମା ବାଳକୁମାରୀ ପୀଠରେ ଚିକିଟି ସମ୍ବାଦ ସାହିତ୍ୟ ଘରର ଶାରଦୀୟ ଉତ୍ସବ ୨୦୨୬ ଅନୁଷ୍ଠିତ ହୋଇଯାଇଛି । ଚିକିଟି ସାହିତ୍ୟ ଘର ସଭାପତି ଦୁର୍ଗାମାଧବ ମହାରଣାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ପ୍ରଥମ ଅଧିବେଶନ ସାହିତ୍ୟ ସଭାରେ ଚିକିଟି ତହସିଲଦାର ବିଶ୍ୱରଂଜନ କଂହର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ଓଡ଼ିଆ ଭାଷା ସାହିତ୍ୟ ଗବେଷକ ଡ଼. ଲମ୍ବୋଦର ପାଣିଗ୍ରାହୀ କବିତା ପାଇଁ କାବ୍ୟିକ ଭାଷା, ମlନ୍ତ୍ରିକ ଶବ୍ଦ ଦରକାର । ପରିପୂର୍ଣ୍ଣ କ୍ଷଣ ଏବଂ ମହାନ ବାଣୀ କବିତ୍ବ ସୃଷ୍ଟି କରାଏ ବୋଲି ଉଦବୋଧନରେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସାହିତ୍ୟ ଘର ମୁଖପତ୍ର ‘ଶୁଭଲଗ୍ନା’ ଶାରଦୀୟ ସଂଖ୍ୟା ଏବଂ କବୟିତ୍ରୀ ମିନାକ୍ଷି ପାଢ଼ୀଙ୍କ ଶିଶୁ ଓ କିଶୋର ଗଳ୍ପ ସଂକଳନ କିଛି ସତ ଗପ ଭଳି ଓ କୁନି କୁନି ପାଦ ଲୋକାର୍ପଣ ହୋଇଥିଲା । ସମ୍ବାଦ ସାହିତ୍ୟ ଘର ଶାରଦୀୟ ଉତ୍ସବରେ ବିଶିଷ୍ଟ ସମାଲୋଚକ ଡ଼. ନଳିନୀ କୁମାର ପାଣିଗ୍ରାହୀଙ୍କୁ ଡ଼. ବେଣୀମାଧବ ପାଢ଼ୀ ସାହିତ୍ୟ ସମ୍ମାନ ୨୦୨୬ ରେ ସମ୍ମାନିତ କରାଯାଇଥିଲା । ସେହିପରି ଏହି ମାଟିର ଅନ୍ୟତମ ବିଶିଷ୍ଟ ଏବଂ ବୟୋଜ୍ୟେଷ୍ଠ, ସମାଜସେବୀ ତଥା କମ୍ୟୁନିଷ୍ଟ ନେତା ରାମପ୍ରସାଦ ମହାରଣା ଙ୍କୁ ତ୍ୟାଗବୀର ଦିବାକର ସ୍ମୃତି ସେବା ସମ୍ମାନ ୨୦୨୬ ରେ ସମ୍ମାନିତ କରାଯାଇଥିଲା । କବି ନରେନ୍ଦ୍ର ସାହୁ ମାନପତ୍ର ପାଠ କରିଥିଲେ । ଡ଼. ସଞ୍ଜୟ କୁମାର ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଶାରଦୀୟ ସଭା କାର୍ଯ୍ୟକ୍ରମରେ ସାମାନ୍ତିଆ ପଲ୍ଲୀ କଲେଜର ଓଡ଼ିଆ ଅଧ୍ୟାପକ ଡ଼. ଅଶୋକ କୁମାର ପଣ୍ଡା ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । କବି,ବିଶିଷ୍ଟ ସଂଗୀତଜ୍ଞ ହୀନମଣୀ ବେହେରା ପ୍ରାରମ୍ଭିକ ସଂଗୀତ ଗାନ,ସାହିତ୍ୟ ଘର ଉପ ସଭାପତି ତ୍ରିପତି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସଂଗଠନ ସମ୍ପାଦକ ପ୍ରମୋଦ ପାତ୍ର ବିବରଣୀ ପାଠ କରିଥିଲେ । କୋଷାଧକ୍ଷ ରମାକାନ୍ତ ବେହେରା,ତୋଫାନ ସାହୁ, ଶିବରାମ ପ୍ରଧାନ, ରୁପାଲୀ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା ଏବଂ ସାହିତ୍ୟ ସଂଗଠକ ବିଭୂଧେନ୍ଦ୍ର ପାଢ଼ୀ ସଂଯୋଜନା କରିଥିଲେ । ଦ୍ୱିତୀୟ ଅଧିବେଶନରେ ଏକ ସାରସ୍ୱତ କବିତା ପାଠୋଉତ୍ସବ ଅଧ୍ୟାପକ ପ୍ରକାଶ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଡ଼. ତ୍ରିଲୋଚନ ଦାଶ, ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ନିଗମାନନ୍ଦ ପଣ୍ଡା, ପ୍ରସନ୍ନ ସାହୁ, ବାଳକୁମାରୀ ଟ୍ରଷ୍ଟ ସମ୍ପାଦକ ଅଭିମନ୍ୟୁ ରାଉଳ ମଞ୍ଚାସିନ ଥିଲେ । ଅଧ୍ୟାପକ କୁରେଶୁ ମହାରଣା, ସାହିତ୍ୟ ଘର ସହ ସମ୍ପାଦକ ମନୋଜ କୁମାର କୁଣ୍ଡ କବିତା ଗୁଡିକ ସଂଯୋଜନା କରିଥିଲେ  । ଅଧ୍ୟାପକ ତ୍ରିଲୋଚନ ଦାଶ, ସନ୍ତୋଷ କୁମାର ଦାଶ,ଅମିତା ମିଶ୍ର (ଦାଶ ), ସଂଗୀତା ଦାଶ, ତୁଳସୀ ମହାନ୍ତି, ସୁଷମା ବେହେରା, ଶିଶୁକବି ଅନନ୍ୟା ସୁଭଦର୍ଶିନୀ, କେ. କଳ୍ପନା ରେଡି, ମମତା କୁମାରୀ ସୁଆର, ମନୋଜ ଗୌଡ଼,ଅଧ୍ୟାପକ ବିଶ୍ୱନାଥ ବେହେରା, ଗୁରୁନାଥ ପ୍ରଧାନ, ଅଧ୍ୟାପକ ନିର୍ମଳ ଚନ୍ଦ୍ର ଭୁଆଁୟା, ଦେବବ୍ରତ ପଟ୍ଟନାୟକ, ଶୁଭଶ୍ରୀ ଗୌଡ଼,କେ. ସୁଧାରାଣୀ ରେଡି, ଏନ. ରୁଦ୍ର ରେଡି, ବିଦ୍ୟୁତ ପ୍ରଭା ବେହେରା, ରମାକାନ୍ତ ବେହେରା ପ୍ରମୁଖ ୫୦ ଜଣ କବି /କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ l

ରିପୋର୍ଟ -ନିଗମାନନ୍ଦ ପଣ୍ଡା

Leave A Reply

Your email address will not be published.