କୋଦଳା ,୧୫/୧୧(ପିପିଟି):ଗଞ୍ଜାମ ଜିଲ୍ଲା କୋଦଳା ତହସିଲର କାଳିମେଘି ପଞ୍ଚାୟତ ଯାପଟା କଲୋନୀ ଠାରେ ଅଖିଳ ଭାରତ କୃଷକ ସଭାର ବୈଠକ ଅନୁଷ୍ଠିତ ହୋଇଯାଇଛି। ୩୬ ତମ ସର୍ବ ଭାରତୀୟ ସମ୍ମିଳନୀ ତେଲେଙ୍ଗନା ରାଜ୍ୟର ନାଲଗଣ୍ଡା ଠାରେ ନଭେମ୍ବର ୧୫ ଠାରୁ ୧୮ ପର୍ଯ୍ୟନ୍ତ ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ଅବସରରେ ଯାପଟା କୋଲନି ଠାରେ ଜିଲ୍ଲା ସଭାପତି ତଥା ରାଜ୍ୟ ଉପସଭାପତି ପି. ହରିକୃଷ୍ଣ ରେଡ୍ଡୀ ପତାକା ଉତ୍ତୋଳନ କରିବା ସହିତ କୃଷକ ସଭା ୧୯୩୬ ମସିହା ଠାରୁ ଆଜି ପର୍ଯ୍ୟନ୍ତ ସଙ୍ଘର୍ଷ ଓ ସଂଗ୍ରାମ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।କୃଷକଙ୍କ ନାର୍ଯ୍ୟ ଦାବୀ ଆଦିବାସୀଙ୍କ ଜଙ୍ଗଲ ଜମି ଝରଣାରୁ ଉଛେଦ କରି ପୁଞ୍ଜିପତି ଓ ଶିଳ୍ପ ପତି ମାନଂକୁ ଦେବା ଆଇନ କରୁଛନ୍ତି । ଏହା ବିରୁଦ୍ଧରେ ସଂଗ୍ରାମକୁ ବ୍ୟାପକ କରିବାକୁ ଆହ୍ୱାନ ଦେବା ସହିତ ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଜନଜାତି ଗୌରବ ସହିଦ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳନ କରି ଶ୍ରଦ୍ଧାଞ୍ଜଳି ଦେବା ସହ ବିର୍ସା ମୁଣ୍ଡାଙ୍କ ଜୀବନୀ ଓ ସ୍ୱାଧୀନତା ଆନ୍ଦୋଳନରେ ଅବଦାନ ଓ ଉଲଗୁଲାନ ମୁଣ୍ଡା ବିଦ୍ରୋହ ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ କୃଷକସଭା ବ୍ଲକ ଉପସଭାପତି ତଥା ୱାର୍ଡ ସଭ୍ୟ ନିରାଶ ଜାନି ସଭାପତିତ୍ୱ କରିଥିଲେ ବିଜୟ ନାୟକ, ମଙ୍ଗଳା ଶବର, ଝୁନୁ ଜାନି,ଦିବାକର ଜାନି,ରାଜୁ ନାୟକ ପ୍ରମୁଖ ଯୋଗ ଦାନ କରିଥିଲେ ।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ