ଯାଜପୁର ,୧୫/୧୧(ପିପିଟି): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ ନିଖିଳ ଉତ୍କଳ ଶିଶୁ ମେଳା ସମିତିର ୪୭ତମ ବାର୍ଷିକ ଉତ୍ସବ ଅବସରରେ ବରିଷ୍ଠ ସାମ୍ବାଦିକ ତଥା ଧର୍ମଶାଳା ପ୍ରେସ୍ କ୍ଲବର ସଭାପତି ପୂର୍ଣ୍ଣଚନ୍ଦ୍ର ଶତପଥୀଙ୍କୁ ସମ୍ମାନିତ କରାଯାଇଛି। ଉତ୍ସବରେ ଉପସ୍ଥିତ ଅତିଥିମାନେ ତାଙ୍କୁ ଉପଢୌକନ ଓ ସମ୍ମାନ ପ୍ରଦାନ କରି ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନକୁ ସ୍ୱୀକୃତି ଜଣାଇଥିଲେ। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଉତ୍ସବର ଗରିମା ବୃଦ୍ଧି କରିବା ସହ ସମାଜ ପ୍ରତି ନିଷ୍ଠାର ସହ କାର୍ଯ୍ୟ କରୁଥିବା ବ୍ୟକ୍ତିତ୍ୱଙ୍କୁ ସମ୍ମାନ ଜଣାଇବାର ଏକ ସୁନ୍ଦର ପରମ୍ପରାକୁ ପ୍ରତିଫଳିତ କରିଥିଲା। ଶିଶୁମାନଙ୍କ ପ୍ରତିଭା ବିକାଶ, ସୃଜନଶୀଳତା ଓ ସାମାଜିକ ଚେତନାର ପ୍ରସାର ପାଇଁ ଦୀର୍ଘ ୪୭ ବର୍ଷ ଧରି ଏହି ସମିତିର ଉଦ୍ୟମ ଉଲ୍ଲେଖନୀୟ।