ଶିଶୁଙ୍କ ଖୁସିରେ ସାମିଲ ହେଲା ପ୍ରଶାସନ, ବିଦ୍ୟାଳୟରେ ନିଆରା ଶିଶୁ ଦିବସ ।

0 223

ଚିକିଟି, ୧୪/୧୧(ପିପିଟି): ଚିକିଟି ବ୍ଲକର କଳବାଡ଼ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୂଆ ମୈସାନପୁର ପ୍ରାଥମିକ ବିଦ୍ୟାଳୟରେ ବାତ୍ୟା ଓ ବନ୍ୟାଜନିତ କ୍ଷୟକ୍ଷତି ପରବର୍ତ୍ତୀ ପରିସ୍ଥିତିରେ ଶିଶୁମାନଙ୍କ ମନରେ ନୂତନ ଉତ୍ସାହ ଓ ଆନନ୍ଦ ଭରିବା ଉଦ୍ଦେଶ୍ୟରେ ଶିଶୁ ଦିବସ ନିଆରା ଢଙ୍ଗରେ ପାଳନ କରାଯାଇଥିଲା। ଏହି ଅବସରରେ ଚିକିଟି ବିଡିଓ ବିବେକାନନ୍ଦ ମିଶ୍ର, ନୋଡାଲ ଅଫିସର ସପନ କୁମାର ସାହୁ, ଏବିଇଓ ତ୍ରିନାଥ ମଲ୍ଲିକ, ସିଆରସିସି ସୁଜିତ କୁମାର ପାଢ଼ୀ, ପ୍ରଧାନଶିକ୍ଷକ ସୁବ୍ରତ କୁମାର ପ୍ରଧାନ,ଶିକ୍ଷୟିତ୍ରୀ ବିଜୟଲଷ୍ମୀ ପାଢ଼ୀ,ଏସଏମସି ସଭାପତି ଓ ସଦସ୍ୟବୃନ୍ଦ, ଗ୍ରାମବାସୀ ଏବଂ ଅଙ୍ଗନବାଡ଼ି କର୍ମୀ ଉପସ୍ଥିତ ରହି ଶିଶୁମାନଙ୍କ ସହ ଖୁସି ବାଣ୍ଟିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ଓ ଶିକ୍ଷଣ ସାମଗ୍ରୀ କିଟ୍ ବଣ୍ଟନ କରାଯାଇଥିଲା। ପରେ କଳବାଡ଼ ବାରାହୀ ବିଦ୍ୟାପୀଠରେ ମଧ୍ୟ ଅତିଥିମାନେ ଶିଶୁମାନଙ୍କ ସହ ଏକାଠି ମଧ୍ୟାହ୍ନ ଭୋଜନ କରି ସେମାନଙ୍କ ମନରେ ଆତ୍ମୀୟତା ଓ ଆନନ୍ଦ ଭରିଥିଲେ। ବିପର୍ଯ୍ୟୟ ପରବର୍ତ୍ତୀ କଠିନ ସମୟରେ ଶିଶୁମାନଙ୍କ ଶିକ୍ଷା, ସୁରକ୍ଷା ଓ ମାନସିକ ଉତ୍ସାହ ପ୍ରତି ପ୍ରଶାସନର ଏହି ସହଯୋଗ ଓ ଆତ୍ମୀୟତା ସମସ୍ତଙ୍କ ମନରେ ଏକ ସକାରାତ୍ମକ ବାର୍ତ୍ତା ଦେଇଥିଲା।

ରିପୋର୍ଟ -ନିଗମାନନ୍ଦ ପଣ୍ଡା

Leave A Reply

Your email address will not be published.