ବେଗୁନିଆପଡା ,୧୪/୧୧(ପିପିଟି): ପ୍ରତ୍ୟକ ବର୍ଷ କାର୍ତ୍ତିକମାସ ତୃତୀୟ ପାଳି ଗୁରୁବାର ଦିନ ଅଞ୍ଚଳବାସୀ ଏବଂ କୋଦଳା ବିଜେ ମହାପ୍ରଭୁ ବାବା ଶ୍ରୀଦଣ୍ଡିଶ୍ୱର ମହାଦେବଙ୍କ ସେବାୟତଙ୍କ ପ୍ରଚେଷ୍ଟା ରେ ଦୁର ଜଙ୍ଗଲ ମଧ୍ୟରୁ ବେଲପତ୍ର ତୋଳି ଆଣି ସେଗୁଡିକୁ ବାଛି ଶୁକ୍ରବାର ସନ୍ଧ୍ୟାରେ ମହାପ୍ରଭୁଙ୍କ ମସ୍ତକ ରେ ବେଲପତ୍ର ଚଢା ଯାଉଥିବା ପରମ୍ପରା ଥିବା ବେଳେ ଚଳିତ ବର୍ଷ ବି ଗୁରୁବାର ଦିନ ଏକ ବିରାଟ ପଟୁଆରରେ ଥଳ ମୃଦଙ୍ଗ ଧରି କୀର୍ତ୍ତନ ସମେତ ଶତାଧିକ ଗ୍ରାମବାସୀ ଓ ସେବାୟତ ସୁଦୂର ଜଙ୍ଗଲ ମଧ୍ୟକୁ ଯାଇ ବେଲପତ୍ର ସଂଗ୍ରହ କରି କୋଦଳା ପହଞ୍ଚିଥିଲେ । ଶୁକ୍ରବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିଲା ମସ୍ତକ ରେ ବେଲପତ୍ର ଚଢାଇବା କାର୍ଯ୍ୟକ୍ରମ । ବିଦ୍ୱାନ ବ୍ରାହ୍ମଣ ଙ୍କ ସମେତ ମହାପ୍ରଭୁଙ୍କ ପୁରୋହିତ ପୂର୍ଣ୍ଣ ଚନ୍ଦ୍ର ଶତପଥୀ, ମନ୍ଦିର ପରିଚାଳନା କମିଟି ସଭାପତି ସୂର୍ଯ୍ୟ ନାରାୟଣ ବଡୁ, ପ୍ରଶାନ୍ତ ଶତପଥୀ, ଭଗବାନ ଶତପଥୀ, ଅଜିତ ଶତପଥୀ, ସିଦ୍ଧାର୍ଥ କୁମାର ଦାଶ, ନୃସିଂହ କୁମାର ଦାଶ, ଭୋଳା ଶଙ୍କର ଦାଶ, ରବୀନ୍ଦ୍ର ପତି, ପ୍ରଭାକର ବଡୁ, ଯୁଗଳ ବଡୁ, ଜଗବନ୍ଧୁ ସାହୁ, ପ୍ରସନ୍ନ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ ସହିତ ବେଦ ମନ୍ତ୍ର ଧ୍ୱନିରେ ମହାପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା କରି ଅଞ୍ଚଳ ବାସୀଙ୍କ ମଙ୍ଗଳ ପାଇଁ “ଓଁ ନମଃ ଶିବାୟ ” ମନ୍ତ୍ରରେ ସୁଗନ୍ଧିତ ଚନ୍ଦନରେ ଗୋଳାଇ ଏକଲକ୍ଷ୍ୟ ବେଲପତ୍ର ମହାପ୍ରଭୁଙ୍କ ମସ୍ତକ ରେ ଲାଗି କରିଥିଲେ । ପରେ ପରେ ଆଳତୀ, ପୁଷ୍ପାଞ୍ଜଳି, ଗୀତ ଗୋବିନ୍ଦ ବୋଲାଯାଇ ବଡ଼ସିଂହାର କାର୍ଯ୍ୟ ସମାପନ ହୋଇଥିଲା । ପ୍ରାକ୍ତନ କୋଦଳା କଲେଜ ଅଧ୍ୟକ୍ଷ୍ୟ ପଦ୍ମଚରଣ ପାଢ଼ୀ ସମସ୍ତଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରିଥିଲେ । ମନ୍ଦିର ପରିଚାଳନା କମିଟି ସମ୍ପାଦକ ଭାଗିରଥି ନାୟକ ଙ୍କ ସମେତ ମଙ୍ଗୁଳୁ ନାୟକ, ଯଜ୍ଞ ମହାପାତ୍ର, ବାବିନା ମହାପାତ୍ର, ରାଜ ମହାପାତ୍ର,କାଳିଆ ମହାପାତ୍ର ପ୍ରମୁଖ ସମସ୍ତ କାର୍ଯ୍ୟ କୁ ସୁଚାରୁ ରୂପେ ତୁଲାଇଥିଲେ ।