ପ୍ରସିଦ୍ଧ ଗୌରିଆମ୍ମା ଯାତ୍ରାରେମୁଖ୍ୟ ଆକର୍ଷଣ ମାନସିକଧାରୀ ଭେଷ ।

0 9

ପୋଲସରା ,୧୨/୧୧(ପିପିଟି) : ଗଞ୍ଜାମ ଜିଲ୍ଲା ପୋଲସରାରେ ପ୍ରତି ପାଞ୍ଚ ବର୍ଷକୁ ଥରେ ହୁଏ ମା ଗୌରୀଆମ୍ମାଙ୍କ ଯାତ୍ରା। ଓଡ଼ିଶାର ପ୍ରତେକ ଜାଗାରେ ପ୍ରସିଦ୍ଧ ପୋଲସରା ଗୌରୀ ଆମ୍ମା ଯାତ୍ରା ପରିଚିତ। ଗଞ୍ଜାମ ଜିଲ୍ଲାର ପ୍ରତେକ ଜାଗାରୁ ଅନେକ ଲୋକ ମାନସିକ କରିଥାନ୍ତି।
କୁହନ୍ତି ମା ଗୌରୀଆମ୍ମା ଙ୍କ ପାଖରେ ମାନସିକ କଲେ ହୁଏ ପୂରଣ। ଏହି ଯାତ୍ରାରେ ମା ଗୌରୀଆମ୍ମା ପ୍ରଥମେ ବାପା ଘରୁ ବାହାରି ଅସ୍ଥାୟୀ ମଣ୍ଡପରେ ପୂଜା ପାଆନ୍ତି। ଏହା ପରେ ଅସ୍ଥାୟୀ ମଣ୍ଡପରେ ମା ଗୌରୀଆମ୍ମା ଙ୍କୁ ନିତିକାନ୍ତି ଅନୁସାରେ ପୂଜା ଅର୍ଚ୍ଚନା କରି ସନ୍ଧ୍ୟା ଆଳତି ପରେ ପ୍ରତେକ ସାହି ସହିତ ନଗର ଭ୍ରମଣ କରିଥାନ୍ତି।

ନଗର ଭ୍ରମଣ ସମୟରେ ଅନେକ ଭକ୍ତ ମାଙ୍କ ଦର୍ଶନ ଲାଭ କରିବା ସହ ଅନେକ ଭକ୍ତ ମାନସିକ କରିଥାନ୍ତି। ମା ଗୌରୀଆମ୍ମାଙ୍କ ନଗର ଭ୍ରମଣ ସମୟରେ ଅନେକ ମାନସିକ ଭକ୍ତଙ୍କ ବିଭିନ୍ନ ରୂପରେ ବିଭିନ୍ନ ବେଶଧାରୀରେ ତକ୍ତା ବାହାରିଥାଏ। ମାଙ୍କ ନିକଟରେ ଭକ୍ତିପୂତ ଭାବେ ନିଜକୁ ସମର୍ପିତ କରି ମାନସିକ ଧାରୀ ମାନେ ବିଭିନ୍ନ ଢଙ୍ଗରେ ଜୀବନ୍ତ ସାମାଜିକ ଓ ଆଧ୍ୟାତ୍ମିକ ମାଧ୍ୟମରେ ସଚେତନ ବାର୍ତ୍ତା ବହନ କରି ନିଜର ସାମର୍ଥ ଓ ଶକ୍ତି ଅନୁସାରେ ଅର୍ଥ ଆଦାୟ କରି ମାଁଙ୍କୁ ଅର୍ଥ ସମର୍ପଣ କରିଥାନ୍ତି। ଯାହାଫଳରେ ମାଙ୍କ ଯାତ୍ରା ଅତି ସୁରୁଖୁରୁରେ ସମ୍ପନ୍ନ ହୋଇଥାଏ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.