ରାସନକାର୍ଡ ହିତାଧିକାରୀ,ଡିଲର ଓ ମିଲରଙ୍କ ଠାରୁ ବେଆଇନ ଅର୍ଥ ଆଦାୟ ଘଟଣାର ଭିଜିଲାନ୍ସ ତଦନ୍ତ ଦାବି ।

0 702

ବ୍ରହ୍ମପୁର,୦୭/୧୧(ପିପିଟି): ଗଞ୍ଜାମ ଜିଲ୍ଲା ପୁରଷୋତ୍ତମପୁର ବ୍ଲକର ଡାଟା ଏଣ୍ଟ୍ରି ଅପରେଟର ମିଥୁନ ମୁଦୁଲି ରାସନକାର୍ଡ ହିତାଧିକାରୀ,ଡିଲର ଓ ମିଲରଙ୍କ ଠାରୁ ବେଆଇନ ଭାବେ ଅର୍ଥ କରୁଥିବା ଚର୍ଚ୍ଚାର ବିଷୟ ପାଲଟିଛି । ଡିଇଓ ମିଥୁନ ମୁଦୁଲି ୯୯୩୭୮୬୬୩୮୬ ଓ ୮୬୩୭୨୭୨୩୦୯ ଏହି ଦୁଇଟି ମୋବାଇଲ ନମ୍ବରରେ ଫୋନ ପେ ରେ ବେଆଇନ ଅର୍ଥ ନେଉଛନ୍ତି । ଏହା ବ୍ୟତୀତ ନଗଦ ଅର୍ଥ ଆଦାୟ କରୁଥିବା ନେଇ ଶୁଣିବାକୁ ମିଳୁଛି । ଡିଇଓ ମିଥୁନ ମୁଦୁଲିଙ୍କ ବେଆଇନ ଅର୍ଥ କାରବାର ଓ ଆୟ ବହିର୍ଭୂତ ସମ୍ପତ୍ତିର ଯାଞ୍ଚ ପାଇଁ ସାମ୍ବାଦିକ ତଥା ସାମାଜିକ କର୍ମୀ ସମରଜିତ୍ ମହାନ୍ତି ଏସପି, ଭିଜିଲାନ୍ସ, ବ୍ରହ୍ମପୁର, ନିର୍ଦ୍ଦେଶକ ଭିଜିଲାନ୍ସ ଓଡ଼ିଶା,ମୁଖ୍ୟମନ୍ତ୍ରୀ,ମୁଖ୍ୟ ଶାସନ ସଚିବ,ପ୍ରମୁଖ ଶାସନ ସଚିବ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ,ଜିଲ୍ଲାପାଳ, ଗଞ୍ଜାମଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଶ୍ରୀ ମହାନ୍ତି ଡିଇଓ ମିଥୁନ ମୁଦୁଲିଙ୍କ ବିରୁଦ୍ଧରେ ଆଇନଗତ ଓ ବିଭାଗୀୟ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି ।

Leave A Reply

Your email address will not be published.