ମାଥିଲି, ୦୪/୧୧: ମାଲକାନଗିରି ଜିଲ୍ଲାରେ ପୁଣି ଭୂସ୍ଖଳନ ଆତଙ୍କ ଦେଖାଦେଇଛି। ମାଥିଲି ବ୍ଲକ୍ର ନାଏକଗୁଡ଼ା ଅଞ୍ଚଳରେ ପାହାଡ଼ରୁ ଏକ ବିରାଟ ପଥର ଖସି ଆସିବା ଫଳରେ ପୁରୀଗୁଡ଼ା ଗାଁ ଏକ ବଡ଼ ବିପଦରୁ ଅଳ୍ପକେ ରକ୍ଷା ପାଇଛି। ଲଗାଣ ବର୍ଷା ଯୋଗୁଁ ପାହାଡ଼ର ମାଟି ଓ ପଥର ଦୁର୍ବଳ ହୋଇ ଭୂସ୍ଖଳନ ଘଟିଥିବା ଆଶଙ୍କା କରାଯାଉଛି। ବିଶାଳ ପଥରଟି ପାହାଡ଼ରୁ ଖସି ଆସିବା ଘଟଣା ପରେ ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ବିଶେଷକରି ପାହାଡ଼ ନିକଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଗ୍ରାମବାସୀ ଅଧିକ ଆତଙ୍କିତ ହୋଇପଡ଼ିଛନ୍ତି। ଲଗାଣ ବର୍ଷା ଜାରି ରହିଲେ ପୁଣି ଭୂସ୍ଖଳନ ହେବାର ଆଶଙ୍କା ଥିବାରୁ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।