ବେଗୁନିଆପଡ଼ା,୦୩/୧୧(ପିପିଟି):ସ୍ୱାଧୀନତାର ୮୦ ବର୍ଷ ପରେ ଆଜି ବି ବହୁ ଗ୍ରାମାଞ୍ଚଳରେ ରାସ୍ତା, ଶିକ୍ଷ୍ୟା ଓ ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ଅପହଞ୍ଚ ହୋଇ ରହିଛି। ଏହାର ଏକ ଜ୍ୱଳନ୍ତ ଦୁଃଖଦ ଚିତ୍ର ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଚନ୍ଦନପୁର ପଞ୍ଚାୟତ ସୋରଡ଼ାପଲ୍ଲୀ ଅନ୍ତର୍ଗତ କରନ୍ଦାଗଡ଼ ଗ୍ରାମରୁ ସାମ୍ନାକୁ ଆସିଛି। ଗ୍ରାମକୁ ଯିବା ପାଇଁ ଯାତାୟାତ ଉପଯୋଗୀ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରିଲା ନାହିଁ,ଜଣେ ପ୍ରସୂତି ମହିଳା ରୋଗୀଙ୍କୁ ଦୋଳାରେ ବୋହି ନେବାକୁ ପଡ଼ିଥିଲା। ହେଲେ ଦୁର୍ଭାଗ୍ୟବଶତଃ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ହିଁ ତାଙ୍କର ଜୀବନ ଚାଲିଯାଇଛି । ମା ଛେଉଣ୍ଡ ହେଲା ନବଜାତକ । ମୃତକଙ୍କ ସ୍ତ୍ରୀଙ୍କ ନାମ ରଶ୍ମିତା ଶବର ଏବଂ ସ୍ୱାମୀଙ୍କ ନାମ ବିପ୍ର ଶବର ବୋଲି ଜଣା ପଡ଼ିଥିବା ବେଳେ ଏହି ଘଟଣା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ପ୍ରଶ୍ନ ଉଠୁଛି, ଗ୍ରାମକୁ ଆଜି ପର୍ଯ୍ୟନ୍ତ ଯାତାୟାତ ଉପଯୋଗୀ ରାସ୍ତା କାହିଁକି ହୋଇପାରିନାହିଁ? ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସ ପହଞ୍ଚିବାର ବ୍ୟବସ୍ଥା ନାହିଁ କାହିଁକି? ଲୋକଙ୍କ ମୌଳିକ ଅଧିକାର ଓ ଜୀବନର ସୁରକ୍ଷା ପ୍ରତି ପ୍ରଶାସନର ଦାୟିତ୍ୱ କେଉଁଠି? କେବଳ ଯୋଜନା ଓ ବିକାଶର ଘୋଷଣାରେ କ’ଣ ଗ୍ରାମାଞ୍ଚଳର ଚିତ୍ର ବଦଳିବ କି ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି । ଜଣେ ରୋଗୀଙ୍କୁ ଦୋଳାରେ ବୋହି ନେବା ଏବଂ ରାସ୍ତାରେ ଜୀବନ ଚାଲିଯିବା ଘଟଣା ପ୍ରଶାସନିକ ବ୍ୟବସ୍ଥା ପାଇଁ ଏକ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ନେଇ ସ୍ଥାନୀୟ ସରପଞ୍ଚ ନିର୍ମଳା ବେହେରାଙ୍କ କହିବା ପ୍ରକାରେ ସେଠାରେ କାର୍ଯ୍ୟରତ ଆଶା ଦିଦି ଦୁଇଦିନ ପୂର୍ବେ କୋଦଳା ମେଡିକାଲ କୁ ନେଇଥିଲେ, ଅଧିକ ଚିକିଛା ଆବଶ୍ୟକ ପଡିବାରୁ ଡକ୍ଟର ତାଙ୍କୁ ବ୍ରହ୍ମପୁର ପଠାଇଥିଲେ, ସେ ହଠାତ କେତେବେଳେ ମେଡିକାଲ ରୁ ଚାଲିଆସିଛି ଏବଂ ନିଜ ଇଚ୍ଛାରେ ସୁମଣ୍ଡଳ ମେଡିକାଲ ଯିବା ରାସ୍ତାରେ ମୃତ୍ୟୁ ବରଣ କରିଥିବା ଖବର ପାଇଛି ବୋଲି କହିଛନ୍ତି । ସୁମଣ୍ଡଳ ମେଡିକାଲ କର୍ମଚାରୀଙ୍କ କହିବା ପ୍ରକାରେ ସେ ମେଡ଼ିକାଲରେ ପହଞ୍ଚିବା ବେଳକୁ ତାର ମୃତ୍ୟୁ ହୋଇଯାଇଥିବା ବେଳେ ବେଗୁନିଆପଡା ପୋଲିସ ଶବ ଜବତ କରି ଥିଲେ ଏବଂ ଛୋଟ ଶିଶୁକନ୍ୟାଟିକୁ କୋଦଳା ମେଡିକାଲ କୁ ପଠାଇଥିବା ପ୍ରକାଶ କରିଥିଲେ,ମୃତ ପ୍ରସୂତି ମା ଟି ବର୍ତ୍ତମାନ ୭ମାସର ଗର୍ଭବତୀ ଥିବା ଜଣାପଡ଼ିଛି । ଅକାଳରେ ଚାଲିଗଲା ପ୍ରସୂତି ମା ସମେତ ଏକ ଗର୍ଭ ରେ ଥିବା ନିଷ୍ପ୍ରାଭ ଶିଶୁ ।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ