ଚିକିଟି, ୦୨/୧୧(ପିପିଟି): ଗଞ୍ଜାମ ଜ଼ିଲ୍ଲା କଂଗ୍ରେସ ପୂର୍ବ ତରଫରୁ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଛତ୍ରପୁର ବ୍ଲକ ବଡ ମାଧପୁର ଗ୍ରାମ ପଂଚାୟତର ଇନ୍ଦିରା ବାସ କଲୋନୀରେ ଅର୍ଣ୍ଣବ ବାତ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଗଲା । ଗଞ୍ଜାମ ଜ଼ିଲ୍ଲା କଂଗ୍ରେସ (east) ସଭାପତି ରଶ୍ମି ରଞ୍ଜନ ପଟ୍ଟନାୟକ ଉପ ସଭାପତି(ସଂଗଠନ) ଅଶୋକ କୁମାର ପଟ୍ଟନାୟକ ବୃନ୍ଦାବନ ଖଟେଇ ବରିଷ୍ଠ କଂଗ୍ରେସ ନେତା ବିଚିତ୍ର ନନ୍ଦ ବେବର୍ତ୍ତା ଛତ୍ରପୁର ବ୍ଲକ ଉପ ସଭାପତି ତର୍କେଶ୍ଵର ରେଡି, ସିଦ୍ଧାନ୍ତ ସାହୁ, ବିଷ୍ଣୁ ପ୍ରିୟା ନାୟକ ପଂଚାୟତାର ବହୁ କଂଗ୍ରେସ ପ୍ରେମୀ ଉପସ୍ଥିତ ଥିଲେ ।
ରିପୋର୍ଟ- (ନିଗମାନନ୍ଦ ପଣ୍ଡା )