ଧାନଫସଲ କ୍ଷୟକ୍ଷତିର ସହାୟତା ନେଇ ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ।

0 205

ପୋଲସରା,୩୧/୧୦ (ପିପିଟି): ବାତ୍ୟା ଅର୍ଣ୍ଣବ ପ୍ରଭାବ ରେ ଗଞ୍ଜାମ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ପୋଲସରା ଅଞ୍ଚଳର ୨୬ ଗୋଟି ପଂଚାୟତର ୧୩୬ ଗୋଟି ରାଜସ୍ବ ଗ୍ରାମରେ ପ୍ରାୟ ୯ ହଜାର ହେକ୍ଟର ଚାଷ ଜମିରେ ଧାନଫସଲ କରାଯାଇଥିବା ଧାନଚାଷ ଜମି ଗୁଡିକ ମଧ୍ୟରୁ ପ୍ରାୟ ୯୦ ପ୍ରତିଶତ ଧାନ ଫସଲ ଏହି ବାତ୍ୟାର ପ୍ରଭାବ ଏବଂ ଲଗାଣ ବର୍ଷା ସାଙ୍ଗକୁ ପର୍ବଳ ପବନ ପ୍ରଭାବରେ ଧାନ ଫସଲ ଗୁଡିକ ପାଣିରେ ବୁଡି ନଷ୍ଟ ହୋଇଯାଇଛି। ଏହା ଦ୍ୱାରା ଚାଷୀର ମେରୁଦଣ୍ଡ ଦୋହଲି ଯାଇଛି। ଋଣ ବାଡ଼ି କରି ଫଳାଇଥିବା ଫସଲ ନଷ୍ଟ ହେଲା ପରେ ଚାଷୀ କିଭଳି ଋଣ ସୁଝିବ ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଗମ୍ଭୀର ସମସ୍ୟାକୁ ନେଇ ଋଷିକୂଲ୍ୟା ରୟତ ମହାସଭା ପୋଲସରା ପକ୍ଷରୁ ତହସିଲଦାର ଦିପ୍ତିମୟୀ ପାତ୍ର, ବିଡ଼ିଓ ଶଶିଭୂଷଣ ମହାପାତ୍ରଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ଋଷିକୂଲ୍ୟା ରୟତ ମହାସଭାର ଆବାହକ ହୀନ ସ୍ୱାଇଁ, ସମ୍ପାଦକ ଶିବ ପ୍ରସାଦ ସାହୁ, ଉପଦେଷ୍ଟା ପ୍ରମୋଦ କୁମାର ରଥ, ନାରାୟଣ ପ୍ରଧାନ, ରାମକୃଷ୍ଣ ପ୍ରଧାନ, ଦୁଃଖିଶ୍ୟାମ ପ୍ରଧାନ, ଶଙ୍କର ଡାକୁଆ, ପ୍ରସନ୍ନ ଡାକୁଆଙ୍କ ସମେତ ବହୁ ସଦସ୍ୟ ଓ ଚାଷୀମାନେ ଉପସ୍ଥିତ ଥିଲେ। ଅନ୍ୟ ପକ୍ଷରେ ତହସିଲଦାର ପାତ୍ର କହିଥିଲେ କି ସମସ୍ତ ଚାଷୀଙ୍କର କ୍ଷେତ୍ର ପରିଦର୍ଶନ କରି ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ନିୟମ ଅନୁସାରେ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି। ସରକାରଙ୍କ ନିର୍ଦେଶ ରହିଛି ତୁରନ୍ତ ତଦନ୍ତ କରି ସହାୟତା ଦିଆଯିବାର ବ୍ୟବସ୍ଥା କରାଯାଉଛି ବୋଲି ବିଡ଼ିଓ ଶଶିଭୂଷଣ ମହାପାତ୍ର କହିଛନ୍ତି। ପରେ ବ୍ଳକ୍ କାର୍ଯ୍ୟାଳୟ ସ୍ଥିତ କୃଷି ବିଭାଗ ଅଧିକାରୀଙ୍କୁ କାର୍ଯ୍ୟାଳୟରେ ଭେଟ କରି ରୟତ ମହାସଭା ପକ୍ଷରୁ ଆଲୋଚନା ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରାଯାଇଛି। ଏନେଇ ମହାସଭା ତରଫରୁ ସେମାନଙ୍କ ଦ୍ବାରା ଦିଆଯାଇଥିବା ଦାବିପତ୍ରକୁ ଗୁରୁତର ସହ ବିଚାର କରାଯାଇ ଯଥାଶୀଘ୍ର କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରା ନ ଯାଏ ତେବେ ପୋଲସରା ଅଞ୍ଚଳର ସମସ୍ତ ଚାଷୀ ଭାଇ ମାନଙ୍କ ସହଯୋଗରେ ମହାସଭା ତରଫରୁ ଆନ୍ଦୋଳନ କରାଯିବ ବୋଲି ଉପଦେଷ୍ଟା ପ୍ରମୋଦ କୁମାର ରଥ ସତର୍କ କରାଇଦେଇଛନ୍ତି।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.