ମଦର୍ସ ପବ୍ଲିକ ସ୍କୁଲ ଶିକ୍ଷୟତ୍ରୀଙ୍କ ହୋଣ୍ଡା ଆକ୍ଟିଭା ଲୁଟ ।

0 0

ଭୁବନେଶ୍ୱର,୨୫/୧୦(ପିପିଟି):ଭୁବନେଶ୍ୱର ମଦର୍ସ ପବ୍ଲିକ ସ୍କୁଲ ରେ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିବା ଜ୍ୟୋତିର୍ମୟୀ ଦାସଙ୍କ OD 02H 9461 ନମ୍ବର ବିଶିଷ୍ଠ ହଣ୍ଡା ଆକ୍ଟିଭା ଆଇ ସ୍କୁଟର ଟିକୁ ତାଙ୍କ ଝିଅଙ୍କ ଘର ସମ୍ମୁଖରୁ କୌଣସି ଦୃବୃତ୍ତ ଚୋରି କରି ନେଇ ଥିବା ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନାରୁ ଜଣା ପଡିଛି ଯେ, ସ୍ଥାନୀୟ ଗୌରୀ ନଗରରେ ରହୁଥିବା ଶ୍ରୀମତୀ ଦାସଙ୍କ କନ୍ୟା ଙ୍କ ଘର ସମ୍ମଖରେ ସ୍କୁଟରଟି ରହିଥିବା ବେଳେ ସନ୍ଧ୍ୟା ପ୍ରାୟ ପାଞ୍ଚଟାରୁ ସାଢେ ପାଞ୍ଚଟା ମଧରେ ଦୃବୃତ୍ତ କୌଣସି ଦୃବୃତ୍ତ ଚୋରି କରି ନେଇଛି। ଏ ସମ୍ପର୍କରେ ଲିଖିତ ଅଭିଯୋଗ ପାଇ ବଡ଼ଗଡ଼ ଥାନା ପକ୍ଷରୁ ଘଟଣା ସ୍ଥଳ ଅଖପାଖ ରେ ଥିବା ସି ସି କ୍ୟାମେରା ମାଧ୍ୟମରେ ତଦନ୍ତ କରା ଯାଉଥିବା ବେଳେ ଆଜିସୁଦ୍ଧା ଲୁଟେରା କିମ୍ବା ସ୍କୁଟର ର କୌଣସି ସନ୍ଧାନ ମିଳି ନଥିବା ଜଣା ପଡିଛି। ଯଦି କୌଣସି ବ୍ୟକ୍ତି ବିଶେଷଙ୍କ ଦୃଷ୍ଟି ରେ ଉପୋରକ୍ତ ଗାଡିଟି ଆସେ ତେବେ ଅବିଳମ୍ବେ ସ୍ଥାନୀୟ ଥାନା କିମ୍ବା ପୋଲିସ କଣ୍ଟ୍ରୋଲ ରୁମ କୁ ଜଣାଇବାକୁ ଶ୍ରୀମତୀ ଦାସ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.