ଗଞ୍ଜାମ ଜିଲ୍ଲାପାଳଙ୍କ ବେଗୁନିଆପଡା ବ୍ଲକ ଗସ୍ତ ।

0 0

ବେଗୁନିଆପଡା ,୨୨/୧୦(ପିପିଟି):ବୁଧବାର ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତିଭାସନ ବେଗୁନିଆପଡା ଗସ୍ତ କରିଛନ୍ତି । ଏହି ଗସ୍ତ ସମୟରେ ଶାଳିଆଡ୍ୟାମ ଗସ୍ତ କରି ଏଠାରେ ୱାଚ ଟାୱାର ନିର୍ମାଣ ସହ ପାର୍କ ନିର୍ମାଣ କରାଯିବା ସମ୍ପର୍କରେ ଆଲୋଚନା କରିବା ସହ ଜାଗା ଦେଖିଥିଲେ । ଏହାପରେ ଷଣ୍ଢମୂଳ ସ୍ଥିତ ବାବା ଶ୍ରୀ ତୁମ୍ବେଶ୍ୱର ମନ୍ଦିର ଗସ୍ତ କରି ଏଠାରେ ଥିବା ପାର୍କର ଉର୍ନ୍ନତି କରଣ କରିବା ସହ ଭୁଶୁଡି ଥିବା ପଚେରୀ ଦେଖି ତାହାର ପୁନଃ ଉଦ୍ଧାର କରାଯିବା ସମ୍ପର୍କରେ ଆଲୋଚନା କରିଥିଲେ । ଏହା ପରେ ସୁମଣ୍ଡଳ ପାର୍କ ଉର୍ନ୍ନତି କରଣ, ବିଭିନ୍ନ ପଂଚାୟତ ଗସ୍ତ କରି ଲାଇବ୍ରେରୀ କରାଯିବା ଉପରେ ଆଲୋଚନା କରିଥିଲେ । ଏହା ପରେ ବେଗୁନିଆପଡା ସ୍ଥିତ ବାପୁଜୀ ଷ୍ଟାଡିୟମ ଓ ଜନତା ହାଇ ସ୍କୁଲ ଦେଖିବା ସହ ଏହାର ଉର୍ନ୍ନତି କରଣ ଉପରେ ଆଲୋଚନା କରିଥିଲେ । ସନ୍ଧ୍ୟାରେ ବ୍ଲକ ଭିଡିଓ କନଫ୍ରେନସ ହଲରେ ଉପସ୍ଥିତ ରହି ବିଭିନ୍ନ ବ୍ଲକ ର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ତାଙ୍କ ସହ ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବିଡ଼ିଓ ସୁନୀଲ କୁମାର ସାମନ୍ତ, କୋଦଳା ତହସିଲଦାର ବିନ୍ଦୁ ବଳୟ ରାଉତରାୟ, ସହକାରୀ ଯନ୍ତ୍ର ପ୍ରକାଶ ଚନ୍ଦ୍ର ଜେନା ଙ୍କ ସମେତ କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

 

Leave A Reply

Your email address will not be published.