ଭଞ୍ଜନଗର, ୧୮/୧୦(ପିପିଟି ):ପାର୍ବଣ ଋତୁରେ ଅପରାଧିକ କାର୍ଯ୍ୟକଳାପ ରୋକିବା ପାଇଁ ଗଞ୍ଜାମ ଏସପି ଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ପୋଲିସ ପେଟ୍ରୋଲିଂ ଜୋରଦାର କରିଛି।ଶନିବାର ରାତିରେ ଭଞ୍ଜନଗର ଥାନା ଏସଆଇ ସମୀର କୁମାର ସେଠୀ ଅନ୍ୟ ପୋଲିସ କର୍ମଚାରୀଙ୍କ ସହ ପେଟ୍ରୋଲିଂ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଜାମପଲ୍ଲୀ ରୋଡ଼ ଶ୍ରୀରାମ ନଗର ଠାରେ ଡକାୟତି ଯୋଜନା କରୁଥିବା ବେଳେ ୩ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଛନ୍ତି। ଅଭିଯୁକ୍ତ ମାନେ ହେଲେ ଜଗନ୍ନାଥପ୍ରସାଦ ଥାନା ବରକୋଳିଆ ଅଞ୍ଚଳର ଅନୀଲ ଗୌଡ଼, ବେଲଗୁଣ୍ଠା ଥାନା ବୁରପଲ୍ଲୀ ଗାଁର ସଞ୍ଜୟ ଗୌଡ଼, ଜଗନ୍ନାଥପ୍ରସଦ ଥାନା କୁମ୍ପାପଡା ଗାଁର ଦିଲ୍ଲୀପ ବେହେରା ଗିରଫ ହୋଇଥିବା ବେଳେ ସେମାନଙ୍କ ପାଖରେ ଥିବା ବ୍ୟାଗରୁ ୨ଟି ଲାପଟପ, ୭ଟି ମୋବାଇଲ , ସୁନା ଓ ରୁପା ଅଳଙ୍କାର ମିଳିଥିଲା।ଯାହାର ଆନୁମାନିକ ମୂଲ୍ୟ ପ୍ରାୟ୨ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।ଏଥିସହ ସେମାନେ ବ୍ୟବହୁତ କରୁଥିବା ୬ଟି ଚୋରି ବାଇକ, ଗୋଟିଏ ଖଣ୍ଡା ଓ ଗୋଟିଏ ଛୁରୀ ମଧ୍ୟ ଜବତ କରାଯାଇଛି।ଏମାନେ ବେଲଗୁଣ୍ଠା ଥାନା ଅଞ୍ଚଳରେ ୨ଚୋରି ଘଟଣା ରେ ସମ୍ପୃକ୍ତ ଥିବା ଜଣାପଡ଼ିଛି।ପୁଣିଥରେ ଏକ ବଡ଼ ଡକାୟତି ଯୋଜନା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ପୋଲିସ ହାବୁଡ଼ରେ ପଡିଛନ୍ତି।ସେହିପରି ଏସଆଇ ଲଷ୍ମୀଧର ମହାନ୍ତି ଅନ୍ୟ ପୋଲିସ କର୍ମଚାରୀ ମାନେ ପେଟ୍ରୋଲିଂ କରୁଥିବା ବେଳେ ଅନ୍ୟଏକ ଚୋରି ମାମଲାରେ ହିଞ୍ଜିଳି କାଟୁ ଥାନା ଲେଙ୍କାଖଲି ଗ୍ରାମ ର ପ୍ରିନ୍ସ ସ୍ୱାଇଁ ଙ୍କୁ ଗିରଫ ମଧ୍ୟ ପୋଲିସ ଗିରଫ କରିଛି।ତା ନିକଟରୁ ଏକ ମାରୁତି ସୁଜୁକି ଡ଼ିଜାର ଚୋରି କାର ମଧ୍ୟ ଜବତ କରାଯାଇଛି। ଏହି ଘଟଣାରେ ସଂପୃକ୍ତ ଅନ୍ୟ ଜଣଙ୍କୁ ମଧ୍ୟ ପୋଲିସ ଖୋଜୁଛି।ଆଜି ମୋଟ ଚାରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଏସ୍ ପି ରଞ୍ଜନ କୁମାର ଦେ । ଅନ୍ୟ ମାନଙ୍କ ମଧ୍ୟରେ ଏସଡ଼ିପିଓ ଡ଼. ଦୀପକ କୁମାର ମିଶ୍ର, ଥାନାଧିକାରୀ ଜୀବନାନନ୍ଦ ଜେନା, ଏସଆଇ ସମୀର କୁମାର ସେଠି, ଜ୍ୟୋସ୍ନାମୟୀ ସାହୁ, ଲକ୍ଷ୍ମୀଧର ମାହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ -ଜେ କେ ପଟ୍ଟନାୟକ