ଜାତୀୟ ବିଦ୍ୟାଳୟସ୍ତରୀୟ ବକ୍ସିଂ ପ୍ରତିଯୋଗିତାକୁ ଓଡ଼ିଶା ଦଳରେ ଚିକିଟିର ୪ ଖେଳାଳି ମନୋନୀତ ।

0 0

ଚିକିଟି, ୧୭/୧୦(ପିପିଟି): ଓଡ଼ିଶାର ବକ୍ସିଂ କ୍ରୀଡ଼ା ଜଗତ ପାଇଁ ଗୌରବର ବିଷୟ। ୭୦ତମ ଜାତୀୟ ବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଅଣ୍ଡର-୧୪ ବାଳକ ବକ୍ସିଂ ବିଭାଗରେ ଅଂଶଗ୍ରହଣ ପାଇଁ ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ୍‌ର ୪ ଜଣ ଖେଳାଳି ଓଡ଼ିଶା ଦଳରେ ମନୋନୀତ ହୋଇଛନ୍ତି।
ମନୋନୀତ ଖେଳାଳିମାନେ ହେଲେ ବଡ଼ଏକଶିଙ୍ଗି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୟୁ. ପ୍ରକାଶ ରେଡ୍ଡୀ ଓ କେ. ବିଶ୍ୱନାଥ ରେଡ୍ଡୀ, ଭାଲିଆଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ଏସ୍. ମହେଶ କୁମାର ଦୋରା ଏବଂ ପିତାତଳି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଲୋହିତ କୁମାର ବେହେରା। ଏହି ଖେଳାଳିମାନଙ୍କ ସଫଳତାରେ ଚିକିଟି ଅଞ୍ଚଳର ଶିକ୍ଷା ଓ କ୍ରୀଡ଼ା ମହଲରେ ଆନନ୍ଦ ପ୍ରକାଶ ପାଇଛି।ପ୍ରାପ୍ତ ସୂଚନା ଅନୁଯାୟୀ, ଜାତୀୟ ବକ୍ସିଂ ପ୍ରତିଯୋଗିତା ଅକ୍ଟୋବର ୨୩ରୁ ୨୮ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଅନୁଷ୍ଠିତ ହେବ। ଏଥିପାଇଁ ମନୋନୀତ ଖେଳାଳିମାନଙ୍କର ଅକ୍ଟୋବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଆଇଆରସି ଭିଲେଜସ୍ଥିତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଶିକ୍ଷଣ ଶିବିର ଆୟୋଜିତ ହେଉଛି। ଏହାପରେ ଖେଳାଳିମାନେ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ୱ କରିବେ।ଏହି ଅବସରରେ ମନୋନୀତ ଖେଳାଳିମାନଙ୍କୁ ଶିକ୍ଷକ, ପ୍ରଶିକ୍ଷକ, ଅଭିଭାବକ ଓ କ୍ରୀଡ଼ାପ୍ରେମୀମାନେ ଶୁଭେଚ୍ଛା ଜଣାଇବା ସହ ଜାତୀୟ ସ୍ତରରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଚିକିଟି ତଥା ଗଞ୍ଜାମ ଜିଲ୍ଲାର ଗୌରବ ବୃଦ୍ଧି କରିବେ ବୋଲି ଆଶା ପ୍ରକାଶ କରିଛନ୍ତି।

ରିପୋର୍ଟ -ନିଗମାନନ୍ଦ ପଣ୍ଡା

Leave A Reply

Your email address will not be published.