କୋଦଳା ,୧୫/୧୦(ପିପିଟି): ଦୀର୍ଘ ଆଠ ବର୍ଷର ବ୍ୟବଧାନ ପରେ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ଆଜି ଛାତ୍ର ସଂସଦ ନିର୍ବାଚନ ହେବାସହ ଫଳାଫଳ ଘୋଷଣା ହୋଇଛି । ଏହି କ୍ରମରେ ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ସ୍ଥିତ ଲଷ୍ମୀନାରାୟଣ କଲେଜରେ ସମସ୍ତ ପଦବୀ ଦ୍ବିମୁଖୀ ପ୍ରତିଦ୍ବନ୍ଦିତା ହୋଇଥିବାବେଳେ ବିଜୁ ଛାତ୍ର ଜନତା ପାର୍ଥୀ ମାନେ ବିଜୟୀ ହୋଇଛନ୍ତି । +୩ ଦ୍ଵିତୀୟ ବର୍ଷ ଛାତ୍ର ସନ୍ତୋଷ କୁମାର ଗୌଡ଼ ତାଙ୍କର ପ୍ରତିଦ୍ବନ୍ଦୀ ରିତେଶ ପଳତାଙ୍କୁ ପରାସ୍ତ କରି ସଭାପତି ପଦ ହାତେଇଛନ୍ତି । ସେହିପରି ନନ୍ଦନ ଭୂୟାଁ ତାଙ୍କ ପ୍ରତିଦ୍ବନ୍ଦୀ ଆଦର୍ଶ କୁମାର ମହାନ୍ତିଙ୍କୁ ହରାଇ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ।ଅନ୍ୟ ମାନଙ୍କ ମଧ୍ୟରେ ଆଲୋକ କୁମାର ପଲେଇ ଉପସଭାପତି, ଲଷ୍ମୀ ନାହାକ ସହ ସମ୍ପାଦକ, ଓ଼ମ ପ୍ରସାଦ ସାହୁ କ୍ରୀଡା ସମ୍ପାଦକ,ସ୍ମୃତି ପ୍ରଧାନ ସହ କ୍ରୀଡା ସମ୍ପାଦକ,ଶୁଭଶ୍ରୀ ବେହେରା ନାଟ୍ୟ ସମ୍ପାଦକ ଏବଂ ପ୍ରଜ୍ଞା ପ୍ରିୟଦର୍ଶିନୀ ପାଢ଼ୀ ସହ ନାଟ୍ୟ ସମ୍ପାଦକ ଭାବେ ବିଜୟୀ ହୋଇଛନ୍ତି । ଭୋଟଦାନ ସକାଳ ୮ଟାରୁ ଆରମ୍ଭ ହୋଇ ଶାନ୍ତି ଶୃଙ୍ଖଳା ସହ ଅପରାହ୍ନ ୨ ଟାରେ ଶେଷ ହୋଇଥିଲା । ନୋଡାଲ ଅଫିସର ତଥା ଅତିରିକ୍ତ ତହସିଲଦାର ରବି ନାରାୟଣ ସେଠିଙ୍କ ତତ୍ୱାବଧାନରେ ରିଟର୍ଣିଂ ଅଫିସର ରଘୁନାଥ ମୁଦୁଲି,ଆସିଷ୍ଟାଣ୍ଟ ରିଟର୍ଣିଂ ଅଫିସର ସାଗର ଚାନ୍ଦ ପାତ୍ର କାର୍ଯ୍ୟାଭର ସମ୍ପାଦନା କରିଥିବା ବେଳେ ପ୍ରିଜାଇଡିଙ୍ଗ ଅଫିସର ଭାବେ ରଞ୍ଜୁବାଳା ନନ୍ଦ ନିର୍ବାଚନ ପରିଚାଳନା କରିଥିଲେ । କୋଦଳା ତହସିଲଦାର ବିନ୍ଦୁବଳୟ ରାଉତ ରାୟ ନିର୍ବାଚନ ସ୍ଥଳ ପରିଦର୍ଶନ କରି ସମସ୍ତ ଦିଗ ପ୍ରତି ଦୃଷ୍ଟିନିବଦ୍ଧ କରିଥିବା ବେଳେ କୋଦଳା ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ନିଜ ପୋଲିସ ଟିମ କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିଥିଲେ ।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ