ଏମକେସିଜିରେ ଦୁଇ ମୁଣ୍ଡ ଥିବା ଶିଶୁ ଜନ୍ମ, ଏମ୍ସକୁ ସ୍ଥାନାନ୍ତର ସମ୍ଭାବନା ।

0 0

ବ୍ରହ୍ମପୁର,୧୩/୧୦ : ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ମଙ୍ଗଳବାର ଦୁଇଟି ମୁଣ୍ଡ ଥିବା ଏକ ଶିଶୁ ଜନ୍ମ ନେଇଛି। କନ୍ଧମାଳ ଜିଲ୍ଲାର ଜଣେ ମହିଳା ଏହି ଶିଶୁକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ଜନ୍ମ ପରେ ଶିଶୁଟିକୁ ନବଜାତ ଶିଶୁଙ୍କ ସ୍ୱତନ୍ତ୍ର ଚିକିତ୍ସା ୟୁନିଟ୍ (ଏସଏନସିୟୁ)ରେ ରଖାଯାଇ ଚିକିତ୍ସା କରାଯାଉଛି।
ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଓ ଶାରୀରିକ ଗଠନ ସମ୍ପର୍କରେ ଶିଶୁ ଶଲ୍ୟ ଚିକିତ୍ସା ବିଭାଗର ପ୍ରଫେସର ପରୀକ୍ଷାନିରୀକ୍ଷା କରିବେ। ଏହା ପରେ ଶିଶୁର ଚିକିତ୍ସା ଓ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଉନ୍ନତ ଚିକିତ୍ସା ପାଇଁ ଶିଶୁଟିକୁ ଭୁବନେଶ୍ୱରସ୍ଥିତ ଏମ୍ସକୁ ରେଫର୍ କରାଯିବାର ସମ୍ଭାବନା ରହିଛି।

Leave A Reply

Your email address will not be published.