୨୪୫ କିଲୋ ଗଞ୍ଜେଇ ଓ ବସ୍ ଜବତ, ଦୁଇ ଗିରଫ ।

0 0

ମାଲକାନଗିରି ,୦୭/୧୦(ପିପିଟି):ମାଲକାନଗିରିରୁ ଛତିଶଗଡ଼କୁ ସୋମବାର ଦିନ ଚୋରାଚାଲାଣ ହେଉଥିବା ୨୪୫ କେଜି ଗଞ୍ଜେଇ ଛତିଶଗଡ଼ର ଗୋରେଲା-ପେଣ୍ଡ୍ରା-ମରୱାହି ଜିଲ୍ଲା ପୁଲିସ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୧ କୋଟି ୨୨ ଲକ୍ଷ ଟଙ୍କା ବୋଲି ପୁଲିସ କହିଛି। ଏଥିସହ ପ୍ରାୟ ୫୦ ଲକ୍ଷ ଟଙ୍କାର ବସ୍ ଓ ୩ଟି ମୋବାଇଲ ମଧ୍ୟ ଜବତ ହୋଇଛି ।
ସୂଚନା ଆଧାରରେ ପୁଲିସ କୋଟମୀ ଅଞ୍ଚଳରେ ଜାଗୁଆର ଟ୍ରାଭେଲ୍ସର ଓଡି-୩୦-ଡି-୦୬୦୬ ନମ୍ବର ବସ୍କୁ ଅଟକାଇ ତଲାସି କରିଥିଲା। ବସ୍ର ସ୍ଲିପର ସିଟ୍ ଉପରେ ଥିବା ୩ଟି ବସ୍ତାରୁ ୪୯ ପ୍ୟାକେଟ୍ ଗଞ୍ଜେଇ ମିଳିଥିଲା। ଘଟଣାରେ ମାଲକାନଗିରିର ଦିଲୀପ କୁମାର ହିଣ୍ଡିଆ (ବସ୍ ମାଲିକ) ଓ ଧନୌରା-ମରୱାହି ଅଞ୍ଚଳର ଭୀମସେନ କେଉଁଟଙ୍କୁ ପୁଲିସ ଗିରଫ କରିଛି। ଗଞ୍ଜେଇ କୋରବା ଓ ଜିପିଏମ୍ ଅଞ୍ଚଳକୁ ଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏନ୍ଡିପିଏସ୍ ଆଇନରେ ମାମଲା ରୁଜୁ କରି ପୁଲିସ ଅନ୍ୟ ସପ୍ଲାୟର ଓ ରିସିଭରଙ୍କୁ ଖୋଜୁଛି। ଗିରଫ ବସ ମାଲିକ ଦିଲ୍ଲୀପ ପ୍ରଥମେ ବସ କଣ୍ଡେକଟର ଥିଲେ ସେ ଖୁବ କମ ଦିନ ମଧ୍ୟରେ ବସ ମାଲିକ ସାଜିବା ପଛରେ ଏହି ଗଞ୍ଜେଇ କାରବାର ରହିଛି ବୋଲି ଜନସାଧାରଣରେ ଆଲୋଚନା ହେଉଛି!ପ୍ରକାଶ ଥାଉ କି ଦିଲ୍ଲୀପ ଙ୍କ ସହଧର୍ମିଣୀ ବିଜୁ ଜନତା ଦଳର ପଡିଆ ଜିଲ୍ଲା ପରିଷଦ ସଭ୍ୟା ଅଛନ୍ତି ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.