ପାର୍କିଂ ଅଭାବରୁ ମୂଖ୍ୟ ରାସ୍ତା ଟ୍ରାଫିକ ଜାମ ।

0 0

ରାଉରକେଲା,୦୭/୧୦: ରାଉରକେଲାର ଜନଗହଳିପୂର୍ଣ୍ଣ ମେନ୍ ରୋଡ୍ ଅଞ୍ଚଳରେ ଆବଶ୍ୟକୀୟ ପାର୍କିଂ ବ୍ୟବସ୍ଥା ନଥିବାରୁ ଟ୍ରାଫିକ ସମସ୍ୟା ଦିନକୁ ଦିନ ଗୁରୁତର ହେଉଛି। ରାସ୍ତାର ଉଭୟ ପାର୍ଶ୍ୱରେ ବାଇକ୍ ଓ କାର୍ ପାର୍କିଂ କରାଯାଉଥିବାରୁ ଯାତାୟାତ ବାଧାପ୍ରାପ୍ତ ହେଉଛି। ବିଶ୍ରା ଛକରୁ ପାୱାର ହାଉସ୍ ପର୍ଯ୍ୟନ୍ତ ରାସ୍ତାରେ ଦିନର ଅଧିକାଂଶ ସମୟରେ ଟ୍ରାଫିକ ଜାମ୍ ଲାଗି ରହୁଥିବା ଅଭିଯୋଗ ହୋଇଛି। ଫଳରେ ଯାତ୍ରୀ ଓ ସାଧାରଣ ଲୋକେ ଦୀର୍ଘ ସମୟ ଧରି ଟ୍ରାଫିକ୍ରେ ଫସି ରହୁଛନ୍ତି।
ପାର୍କିଂ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନର ଅଭାବ ଯୋଗୁଁ ଲୋକେ ବାଧ୍ୟ ହୋଇ ରାସ୍ତା କଡ଼ରେ ଗାଡ଼ି ରଖୁଥିବା କୁହାଯାଉଛି। ଏହା ସହିତ ମେନ୍ ରୋଡ୍ର ପାଦଚଲା ରାସ୍ତାକୁ ବିଭିନ୍ନ ବ୍ୟବସାୟୀ ଦଖଲ କରିଥିବାରୁ ପଥଚାରୀଙ୍କ ପାଇଁ ମଧ୍ୟ ସମସ୍ୟା ବଢ଼ିଛି। ଫଳରେ ଅନେକ ସମୟରେ ପଥଚାରୀମାନେ ମୁଖ୍ୟ ରାସ୍ତାକୁ ଓହ୍ଲାଇ ଚାଲିବାକୁ ବାଧ୍ୟ ହେଉଛନ୍ତି, ଯାହା ଦୁର୍ଘଟଣା ଆଶଙ୍କାକୁ ବଢ଼ାଇଛି।
ମେନ୍ ରୋଡ୍ରେ ପାର୍କିଂ ସମସ୍ୟାର ସମାଧାନ ଓ ପାଦଚଲା ରାସ୍ତା ଜବରଦଖଲମୁକ୍ତ କରିବାକୁ ବିଭିନ୍ନ ସମୟରେ ଦାବି ହୋଇଥିଲେ ମଧ୍ୟ ସ୍ଥାୟୀ ପଦକ୍ଷେପ ନିଆଯାଉନଥିବାରୁ ସାଧାରଣରେ ଅସନ୍ତୋଷ ବଢ଼ିଛି। ତୁରନ୍ତ ଜବରଦଖଲ ହଟାଇବା ସହ ମେନ୍ ରୋଡ୍ ଅଞ୍ଚଳରେ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା କରିବାକୁ ସହରବାସୀ ଦାବି କରିଛନ୍ତି।

Leave A Reply

Your email address will not be published.