ପୋଲସରା ବ୍ଲକ ସ୍ତରୀୟ ତୃତୀୟ ଏବଂ ପଞ୍ଚମ ଶ୍ରେଣୀର ମେଧା ବୃତ୍ତି ପରୀକ୍ଷା।

0 8

ପୋଲସରା ,୦୩/୧୦(ପିପିଟି): ଆଜି ସମଗ୍ର ରାଜ୍ୟରେ ତୃତୀୟ ଏବଂ ପଞ୍ଚମ ଶ୍ରେଣୀର ଅଧ୍ୟୟନରତ ଛାତ୍ର ଓ ଛାତ୍ରୀମାନଙ୍କୁ ନେଇ ମେଧା ବୃତ୍ତି ପରୀକ୍ଷା -୨୦୨୬ ଅନୁଷ୍ଠିତ ହୋଇଯାଇଥିବା ବେଳେ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକରେ ମଧ୍ୟ ଏହି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ପୌର ପରିଷଦ ପୋଲସରା ସ୍ଥିତ ପ୍ରତିଷ୍ଠିତ ଲିଙ୍ଗରାଜ ବାଳିକା ଉଚ୍ଚ ବିଦ୍ୟାଳୟରେ ତୃତୀୟ ଶ୍ରେଣୀର ୧୧୧ ଜଣ ଛାତ୍ରଛାତ୍ରୀଙ୍କୁ ଏବଂ ପିଏମଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀର ୧୧୩ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ସମୟରେ କ୍ଷେତ୍ର ପରିଦର୍ଶକ ଭାବେ ଏଇବିିଓ ଭାଗିରଥୀ ପାତ୍ର ଉଭୟ ଶିକ୍ଷାନୁଷ୍ଠାନ ପରିଦର୍ଶନ କରି ପରୀକ୍ଷା ପରିଚାଳନା ପଚାରି ବୁଝିଥିଲେ। ପରୀକ୍ଷା ବେଳେ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସାହୁ ଏବଂ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କେ. ମମତା କୁମାରୀଙ୍କ ଉପସ୍ଥିତିରେ ଉଭୟ ବିଦ୍ୟାଳୟର ସମସ୍ତ ସହକାରୀ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ।

ରିପୋର୍ଟ: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.