ଅଙ୍ଗାରଗାଁରେ ଅଚଳ ଆକ୍ୱାଗାର୍ଡ, ଚୁପ୍ ପ୍ରଶାସନ ଓ ଲୋକପ୍ରତିନିଧି ।

0 2

ବେଗୁନିଆପଡ଼ା,୨୭/୦୯(ପିପିଟି ):ଜନସାଧାରଣଙ୍କ ସୁବିଧା ପାଇଁ ସରକାରୀ ଅର୍ଥରେ ଲଗାଯାଇଥିବା ଆକ୍ୱାଗାର୍ଡ ଦୀର୍ଘଦିନ ଧରି ଅଚଳ ହୋଇପଡ଼ିଛି । ହେଲେ ପ୍ରଶାସନିକ ଅଧିକାରୀ ଓ ଲୋକପ୍ରତିନିଧିଙ୍କ ନଜର ଏବେ କେଉଁଠି ? ଏଭଳି ପ୍ରଶ୍ନ ଏବେ ଅଙ୍ଗାରଗାଁବାସୀଙ୍କ ମନରେ ଉଠିଛି। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ବସଷ୍ଟାଣ୍ଡ ସ୍ଥିତ ମେଳା ମଣ୍ଡପରେ ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ଲଗାଯାଇଥିବା ଆକ୍ୱାଗାର୍ଡ ଦୀର୍ଘଦିନ ହେଲା ଅଚଳ ହୋଇପଡ଼ିଛି। ସରକାରଙ୍କ ଟଙ୍କାରେ ଲୋକଙ୍କ ସୁବିଧା ପାଇଁ ବ୍ୟବସ୍ଥା ହେଲା, ମେସିନ୍ ଲାଗିଲା, କିନ୍ତୁ ଆଜି ସେହି ମେସିନ୍ ଅଚଳ। ମେସିନ୍ ଅଚଳ ହେବା ପରେ ଏହାର ଦାୟିତ୍ୱ କାହାର? ରକ୍ଷଣାବେକ୍ଷଣ ପାଇଁ ଟଙ୍କା ବ୍ୟବସ୍ଥା ହୋଇଥିଲେ ତାହା କେଉଁଠି ଖର୍ଚ୍ଚ ହେଉଛି? ଏହି ପ୍ରଶ୍ନର ଉତ୍ତର ଏବେ ଜନସାଧାରଣ ଚାହୁଁଛନ୍ତି। ଖାଲି ଆକ୍ୱାଗାର୍ଡ ଲଗେଇ ଦେଲେ ହେବନି, ନିୟମିତ ଭାବେ କାର୍ଯ୍ୟକ୍ଷମ ରହୁଛି କି ନାହିଁ, ତାହା ଦେଖିବା ମଧ୍ୟ ସମ୍ପୃକ୍ତ ପ୍ରଶାସନ ଓ ଲୋକପ୍ରତିନିଧିଙ୍କ ଦାୟିତ୍ୱ। ତେବେ ଦୀର୍ଘଦିନ ଧରି ଆକ୍ୱାଗାର୍ଡ ଅଚଳ ରହିଥିଲେ ମଧ୍ୟ କାହାର ନଜର ପଡୁନି, ନା ଜାଣିଶୁଣି ଅବହେଳା କରାଯାଉଛି ? ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସୁବିଧା ଯଦି ଏଭଳି ଅବହେଳାରେ ଅଚଳ ହୋଇ ପଡ଼ିରହେ, ତେବେ ଲୋକଙ୍କୁ କଣ ଉତ୍ତର ଦେବେ ପ୍ରଶାସନିକ ଅଧିକାରୀ ଓ ଲୋକ ପ୍ରତିନିଧି ? ଏବେ ଅଚଳ ଆକ୍ୱାଗାର୍ଡକୁ ଶୀଘ୍ର ମରାମତି କରି ସାଧାରଣ ଲୋକଙ୍କ ବ୍ୟବହାର ଯୋଗ୍ୟ କରାଯିବ କି ନାହିଁ, ତାହା ଉପରେ ଅଙ୍ଗାରଗାଁବାସୀଙ୍କ ନଜର ।

ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ

Leave A Reply

Your email address will not be published.