ଯାଜପୁର,୨୬/୦୯(ପିପିଟି): ଭାଗବତ ଜନ୍ମ ଉତ୍ସବର ପବିତ୍ର ଅବସରରେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର କୁନ୍ଦଳଠାରେ ‘ଭାଗବତ ଗାଦି କୋଠଘର’ ପ୍ରତିଷ୍ଠା ହୋଇଛି। ଏହା ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଗୌରବର ମୁହୂର୍ତ୍ତ ବୋଲି ବଡ଼ଚଣା ବିଧାୟକ ଅମର କୁମାର ନାୟକ କହିଛନ୍ତି।
ଶ୍ରୀ ନାୟକ କହିଛନ୍ତି ଯେ, ଭାଗବତର ଦିବ୍ୟ ବାଣୀ ସମାଜରେ ଭକ୍ତି, ଶାନ୍ତି, ସଦ୍ଭାବ, ସଂସ୍କାର ଓ ମାନବିକତାର ଆଲୋକ ବିତରଣ କରୁ। ଏହି ପବିତ୍ର ତିଥିରେ ସଂସ୍କୃତି ଓ ପରମ୍ପରାରେ ସମୃଦ୍ଧ କୁନ୍ଦଳବାସୀ ନିଜ ଐତିହ୍ୟ ଓ ସାମୂହିକ ଚେତନାକୁ ଆହୁରି ସୁଦୃଢ଼ କରିଛନ୍ତି। ଏହି ଅବସରରେ ଅଞ୍ଚଳର ନୂତନ ପଞ୍ଚାୟତ ଭବନ ମଧ୍ୟ ଉଦ୍ଘାଟିତ ହୋଇଛି। ସ୍ୱୟଂଶାସନ ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ସହ ନୂତନ ପଞ୍ଚାୟତ ଭବନ ଅଞ୍ଚଳବାସୀଙ୍କ ସେବାରେ ଉପଯୋଗୀ ହେବ ବୋଲି ସେ କହିଛନ୍ତି।