ବର୍ଷାରେ ଭାଙ୍ଗିଲା ଘର କାନ୍ଥ, ଅନ୍ୟ ଘରେ ଆଶ୍ରୟ।

0 13

ବୋଲଗଡ଼, ୨୫/୯ (ପିପିଟି): ଲଗାଣ ବର୍ଷା ଜଳ ଏବେ ଗରିବ ପରିବାର ପାଇଁ କାଳ ସାଜିଛି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ସଂପୁର ଗ୍ରାମର ବାଉତିପାଟଣା ସାହିରେ ଥିବା ପବିତ୍ର ମହାନ୍ତିଙ୍କ ବାସଗୃହରେ ବନ୍ୟା ଜଳ ଆଣ୍ଠୁଏ ହେବା ସହ ଘରର ମାଟି କାନ୍ଥ ଭୁଷୁଡ଼ି ପଡ଼ିଛି। ଘରଟି ପୁରୁଣା ମାଟି କାନ୍ଥ ହୋଇଥିବାରୁ ଯେ କୌଣସି ମୁହୂର୍ତ୍ତରେ ସମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିବା ଆଶଙ୍କା ରହିଛି। ଫଳରେ ପରିବାରର ୭ ଜଣ ସଦସ୍ୟ ଭୟଭୀତ ଅବସ୍ଥାରେ ଜୀବନ ବିତାଉଛନ୍ତି। ବର୍ତ୍ତମାନ ସେମାନେ ଘର ଛାଡ଼ି ଅନ୍ୟ ଏକ ଘରେ ଆଶ୍ରୟ ନେଇଛନ୍ତି। ପରିବାର ପକ୍ଷରୁ ବାରମ୍ବାର ପ୍ରଶାସନ ନିକଟରେ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି
କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେମାନଙ୍କୁ ଯୋଜନାରେ ସାମିଲ କରାଯାଇ ନାହିଁ। ଯାହା ଫଳରେ ପ୍ରତିବର୍ଷ ବର୍ଷା ଦିନେ ଏଭଳି ନରକ ଯନ୍ତ୍ରଣା ଭୋଗିବାକୁ ପଡୁଛି। ତୁରନ୍ତ ତଦନ୍ତ କରି ପରିବାରକୁ ଆବାସ ଯୋଜନାରେ ସାମିଲ କରିବା ସହ ସହାୟତା ଯୋଗାଇ ଦେବାକୁ ପରିବାର ପକ୍ଷରୁ ପ୍ରଶାସନ ନିକଟରେ ନିବେଦନ କରାଯାଇଛି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.