ଲଗାଣ ବର୍ଷା ଓ ପବନରେ ଭାଙ୍ଗିଲା ଗଛ ।

0 89

ପିପିଲି, ୨୪/୦୯(ପିପିଟି): ଲଘୁଚାପ ଜନିତ ଲଗାଣ ବର୍ଷା ଓ ପବନରେ ଏକ ଗଛ ଭାଙ୍ଗି ରାସ୍ତା ଉପରେ ପଡିବା ଫଳରେ ପିପିଲି -ଜଟଣୀ ରାସ୍ତା ରେ ସାଢେ ୩ଘଣ୍ଟା କାଳ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ପିପିଲି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ଉପରୁ ଗଛ କାଟି ସଫା କରିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା ।

ସୂଚନା ଅନୁଯାଇ, ଲଗାଣ ବର୍ଷା ଓ ପବନ ଫଳରେ ବୁଧବାର ରାତି ପ୍ରାୟ ସାଢେ ୪ଟା ସମୟରେ ମଠସାହି ବଜାର ଠାରେ ଥିବା ଏକ ବିରାଟ ଚାକୁଣ୍ଡା ଗଛ ଭାଙ୍ଗି ରାସ୍ତା ଉପରେ ପଡିଥିଲା । ଗଛ ଟି ରାସ୍ତା କୁ ସମ୍ପୂର୍ଣ ଅବରୋଧ କରି ରଖିବା ଫଳରେ ଉକ୍ତ ରାସ୍ତା ଦେଇ ଯାତାୟାତ ସମ୍ପୂର୍ଣ ବାଧାପ୍ରାପ୍ତ ହୋଇଥିଲା । ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ମୋଟର ଅଟକି ରହିଥିଲା । ପିପିଲି ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିବା ସହ ଅଗ୍ନିଶମ କର୍ମଚାରୀ ମାନେ ଦୀର୍ଘ ୩ ଘଣ୍ଟା କାଳ ଅକ୍ଲାନ୍ତ ପରିଶ୍ରମ କରି ରାସ୍ତା ଉପରୁ ଗଛକୁ କାଟି ସଫା କରିଥିଲେ । ଫଳରେ ଗୁରୁବାର ସକାଳ ୮ଟାରେ ଉକ୍ତ ରାସ୍ତା ଦେଇ ଯାତାୟାତ ସ୍ୱାଭାବିକ ହୋଇଥିଲା ।

Leave A Reply

Your email address will not be published.