ବୋଲଗଡ଼ ,୧୭/୦୯(ପିପିଟି):ବୋଲଗଡ଼ ବ୍ଲକର ୧୯ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ବଜାର ମାନଙ୍କରେ ଅବସ୍ଥାପିତ ହୋଇଥିବା ମଟର ଗ୍ୟାରେଜ୍, ବରଫ କଳ, ପାଣି ପାଉଚ ଓ ବୋତଲ କଳ, ରାଜ ମିସ୍ତ୍ରୀ, କାଠ କାରିଗର, କରତ କଳ,ବିଦ୍ୟୁତ ସରବରାହ ସଂସ୍ଥା,ଶ୍ଳିପାନୁଷ୍ଠାନ ଇତ୍ଯାଦି ମାନଙ୍କରେ ପବିତ୍ର ବିଶ୍ଵକର୍ମା ପୂଜା ମହା ଆଡ଼ମ୍ବର ସହକାରେ ଆଜି ପାଳିତ ହୋଇ ଯାଇଅଛି। ପ୍ରତ୍ୟେକ ପୂଜା ମଣ୍ଡପ ଗୁଡ଼ିକୁ ବିଭିନ୍ନ ରଙ୍ଗ ବେରଙ୍ଗ ଆଲୋକ ରେ ସଜ୍ଜିତ କରାଯାଇ ଅଛି। ବରିଷ୍ଠ ପୂଜକ ମାନଙ୍କ ଦ୍ଵାରା ବୈଦିକ ରୀତିରେ ପୂଜା ପାଠ କରାଯାଇ ହୋମ ଯଜ୍ଞରେ କର୍ତ୍ତା ମାନେ ପୂର୍ଣାହୂତି ପ୍ରଦାନ କରି ନିଜ ପରିବାର ତଥା ବିଶ୍ୱର କଲ୍ୟାଣ ପାଇଁ ପାର୍ଥନା କରି ବିଶ୍ଵକର୍ମାଙ୍କର ଆଶିଷ କୃପାଭିକ୍ଷା ଲାଭ କରିଅଛନ୍ତି। ପାଣି ପାଗ ଅନୁକୂଳ ପରିବେଶ ଥିବାରୁ ବହୁ ଶ୍ରଦ୍ଧାଳୁ ଭକ୍ତ, ଛାତ୍ର ଛାତ୍ରୀ,ବୃଦ୍ଧବୃଦ୍ଧା, ଯୁବଗୋଷ୍ଠୀ, ମହିଳା ଓ ଲୋକମାନେ ମନ ଆନନ୍ଦରେ ପୂଜା ମଣ୍ଡପ ଗୁଡିକ ବୁଲି ବିଶ୍ଵକର୍ମାଙ୍କ ଦର୍ଶନ ଲାଭ କରୁ ଅଛନ୍ତି। ବିଭିନ୍ନ କଳାକାର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପୂଜା ମଣ୍ଡପରେ ପରିବେଷଣ କରାଯାଉଅଛି। ମହିଳା ମାନଙ୍କର ସୁରକ୍ଷା ଓ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ବୋଲଗଡ଼ ପୋଲିସ୍ ବାହିନି, ବାଙ୍କୋଇ ଫାଣ୍ଡି ଅଧିକାରୀ, ଧଳାପଥର ଫାଣ୍ଡି ଅଧିକାରୀ,ଗୋବର୍ଧନପୁର ଫାଣ୍ଡି ଅଧିକାରୀ ପୂଜା ମଣ୍ଡପରେ ଉପସ୍ଥିତ ରହିଛନ୍ତି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।