କୋଦଳା ,୧୭/୦୯(ପିପିଟି):ଗୁରୁବାର ସନ୍ଧ୍ୟା ସମୟରେ ପବିତ୍ର ସଂକ୍ରାନ୍ତି ଅବସର ରେ ବ୍ରହ୍ମପୁର ଗଣେଶ ମାର୍କେଟ ନିକଟ ପରିବା ମାର୍କେଟ ପରିସର ରେ ଶ୍ରୀ ରାମ ଓ ହନୁମାନ ଭକ୍ତ ରଞ୍ଜିତା ରଥ ଓ ତାଙ୍କ ସାଥୀ ଙ୍କ ଦ୍ୱାରା ହନୁମାନ ଚାଳିଶା ସହିତ ସୁନ୍ଦରାକାଣ୍ଡ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟକ ମାସର ସଂକ୍ରାନ୍ତି ରେ ପ୍ରତ୍ୟକ ପରିବା ଦୋକାନ ମଧ୍ୟରୁ ଜଣଙ୍କ ଦୋକାନ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଆଜିର ଏହି ପବିତ୍ର ଦିନ ଟି ସୁନୀଲ କୁମାର ସାହୁ (ରାଜା )ଙ୍କ ଦୋକାନ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁ ରାମଚନ୍ଦ୍ର ଙ୍କ ସହିତ ସୀତା ମାତା,ଲକ୍ଷ୍ମଣ, ଶିବ ପାର୍ବତୀ, ହନୁମାନ ଏବଂ କୃଷ୍ଣ ରାଧାଙ୍କ ଫୋଟ ରଖି ସେମାନଙ୍କୁ ସୁ ସଜ୍ଜିତ ଫୁଲ ଚନ୍ଦନ ପଟୁଆର ରେ ସିଂହାସନ ରେ ବସାଇ ପୂଜାର୍ଚନା କରାଯାଇଥିଲା । ସମସ୍ତ ଦୋକାନୀ ବନ୍ଧୁ ଏକତ୍ରିତ ଭାବେ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରାମ ନାମ ଧ୍ୱନି ରେ ଅଞ୍ଚଳ ପ୍ରକମ୍ପିତ ହୋଇ ଅଞ୍ଚଳ ରେ ଅଧ୍ୟାତ୍ମିକ ପରିବେଶ ସୃଷ୍ଠି ହୋଇଥିଲା । ଶେଷରେ ଭଗବାନ ଙ୍କ ନିକଟରେ ଭୋଗ ଲାଗିଥିବା ବେଳେ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା ।