ମାଲକାନଗିରିରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ନୂତନ ଏଟିଏମ୍ ଉଦ୍‌ଘାଟନ କଲେ ଜିଲ୍ଲାପାଳ ।

0 1

ମାଲକାନଗିରି, ୧୭/୦୯(ପିପିଟି):ମାଲକାନଗିରି ସହରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ପକ୍ଷରୁ ଏକ ନୂତନ ଏଟିଏମ୍‌ର ଶୁଭ ଉଦ୍‌ଘାଟନ ହୋଇଯାଇଛି। ଆଜି ଗୁରୁବାର ଆୟୋଜିତ ଏହି ସମାରୋହରେ ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଟିଏମ୍‌ର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ବ୍ରହ୍ମପୁର ମଣ୍ଡଳ ପ୍ରମୁଖ ପ୍ରତାପ କୁମାର ବୈରିଗଞ୍ଜନଙ୍କ ସମେତ ବ୍ୟାଙ୍କର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାର କୃଷି ଓ ମହିଳା ସଶକ୍ତୀକରଣକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ହିତାଧିକାରୀଙ୍କୁ ସହାୟତା ରାଶି ଓ ଯନ୍ତ୍ରପାତି ବଣ୍ଟନ କରାଯାଇଥିଲା। ଏଥିରେ ରଞ୍ଜିତ ମଣ୍ଡଳଙ୍କୁ ଧାନ କଟା ମେସିନ୍ ପ୍ରଦାନ କରାଯାଇଥିବା ବେଳେ ଜୟ ମା ଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀକୁ ୬ ଲକ୍ଷ ଟଙ୍କା ଏବଂ ସାଇ ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି।

ମାଲକାନଗିରିରେ ନୂତନ ଏଟିଏମ୍ ସୁବିଧା ଆରମ୍ଭ ହେବା ଫଳରେ ସ୍ଥାନୀୟ ବ୍ୟାଙ୍କ ଗ୍ରାହକମାନେ ନଗଦ ଉଠାଣ ସହିତ ଅନ୍ୟାନ୍ୟ ଜରୁରୀ ଏଟିଏମ୍ ସେବା ସହଜରେ ପାଇପାରିବେ। ଜିଲ୍ଲାରେ ବ୍ୟାଙ୍କିଂ ସେବାକୁ ଆହୁରି ସୁଗମ ଓ ଗ୍ରାହକ-ଅନୁକୂଳ କରିବା ଦିଗରେ ଏହି ପଦକ୍ଷେପ ବିଶେଷ ସହାୟକ ହେବ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ)

Leave A Reply

Your email address will not be published.