ବେଗୁନିଆପଡ଼ା ,୧୭/୦୯(ପିପିଟି ):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତର ବୋରିଆ ସାହି ନିକଟ ଶାଳିଆ ଡ୍ୟାମ୍ ରେ ଚାଲିଥିବା ମେଗା ଜଳ ଯୋଗାଣ ପ୍ରକଳ୍ପ ପରିସରରେ ଏଲ୍ ଏଣ୍ଡ ଟି କମ୍ପାନୀ କାର୍ଯ୍ୟ କରୁଥିବା ବେଳେ ମହାପ୍ରଭୁ ଶ୍ରୀ ଶ୍ରୀ ଶ୍ରୀ ବିଶ୍ଵକର୍ମା ଦେବଙ୍କ ପୂଜା ଆଜି ଆନୁଷ୍ଠାନିକ ଭାବେ ଅନୁଷ୍ଠିତ ହୋଇ ଯାଇଛି । ଠିକାଦାର ଅଶ୍ୱନୀ କୁମାର ସେଠୀ କର୍ତ୍ତା ଭାବେ କାର୍ଯ୍ୟ ସଂପାଦନ କରିଥିଲେ । ହୋମ ଏବଂ ପୂଜା କାର୍ଯ୍ୟ ଆଦି ଅନୁଷ୍ଠିତ ହୋଇଥିଲା । ଶେଷରେ ସମସ୍ତଙ୍କ ପାଇଁ ପ୍ରସାଦ ର ବନ୍ଦୋବସ୍ତ ହୋଇଥିଲା । ଏଥିରେ କମ୍ପାନୀ କର୍ମକର୍ତ୍ତା ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ସେହିପରି କୋଦଳା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଶ୍ୱକର୍ମା ଙ୍କ ପୂଜା ଉତ୍ସବ ପାଳନ ହେଉଥିବା ବେଳେ ବିଭିନ୍ନ ଶିଳ୍ପ ଅନୁଷ୍ଠାନ ସାଙ୍ଗକୁ ମହାରଣା ଙ୍କ ଶାଳ ମଧ୍ୟରେ ମଧ୍ୟ ବିଶ୍ୱକର୍ମା ଙ୍କ ପୂଜା ଉତ୍ସବ ଧୁମଧାମରେ ପାଳିତ ହେଉଛି ।