ଭୈରବୀ କଲେଜରେ ମିସାଲ୍ କାର୍ଯ୍ୟକ୍ରମର ଓରିଏଣ୍ଟେସନ୍ ସମ୍ପନ୍ନ।

0 0

ହରଭଙ୍ଗା,୧୧/୦୯: ଓଏସିସ୍, ଗୁଜରାଟର ସହଯୋଗରେ ନେତୃତ୍ୱ ବିକାଶ ଉଦ୍ଦେଶ୍ୟରେ ମିସାଲ୍ କାର୍ଯ୍ୟକ୍ରମର ଏକ ପରିଚୟମୂଳକ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଭୈରବୀ ଡିଗ୍ରୀ କଲେଜ, ପୁରୁଣାକଟକ ଏବଂ ଆଞ୍ଚଳିକ ପଞ୍ଚାୟତ ମାଧ୍ୟମିକ ବିଦ୍ୟାଳୟ, ହରଭଙ୍ଗାଠାରେ ସଫଳତାର ସହ ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଭୈରବୀ ଡିଗ୍ରୀ କଲେଜର ଅଧ୍ୟକ୍ଷ ରମେଶ ଚନ୍ଦ୍ର ତାରେଣିଆ, ଆଞ୍ଚଳିକ ପଞ୍ଚାୟତ ମାଧ୍ୟମିକ ବିଦ୍ୟାଳୟ, ହରଭଙ୍ଗାର ମାର୍ଗଦର୍ଶିକା ଅନିତା ରାଣିଜେନାଏବଂ ଭୈରବୀ ଡିଗ୍ରୀ କଲେଜର ମାର୍ଗଦର୍ଶକ ସୁରେଶ୍ୱର ଯୋଶୀ ଉପସ୍ଥିତ ରହି ଯୁବପିଢ଼ିଙ୍କୁ ମାର୍ଗଦର୍ଶନ କରିଥିଲେ।ଏହି ଅବସରରେ ତୋଫାନପରୀ ଫାଉଣ୍ଡେସନ୍ର ସଦସ୍ୟ ଇମ୍ତିଆଜ୍ ଖାନ୍, ଅଶ୍ମାନ ମହାକୁଡ଼, ସୁଶୀଲ କୁମାର ପାତ୍ର, ତୀର୍ଥାନନ୍ଦ ମହାପାତ୍ର ଓ ସୁପ୍ରିୟା ଦେହୁରୀ ଉପସ୍ଥିତ ଥିଲେ। ଏଥିସହ ମାଇ ଭାରତର ଜାତୀୟ ଯୁବ ସ୍ୱେଚ୍ଛାସେବକ ସୁଶୀଲ କୁମାର ପାତ୍ର ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।ମିସାଲ୍ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବପିଢ଼ିଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା, ଆତ୍ମବିଶ୍ୱାସ, ଦାୟିତ୍ୱବୋଧ ଓ ସାମାଜିକ ଭାଗିଦାରି ବୃଦ୍ଧି କରିବା ସହ ସେମାନଙ୍କୁ ଭବିଷ୍ୟତର ଦକ୍ଷ ନେତୃତ୍ୱ ପାଇଁ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

Leave A Reply

Your email address will not be published.