ବେଗୁନିଆପଡା,୧୦/୦୯(ପିପିଟି ):ଗୁରୁବାର କୋଦଳା ଲୁହାଶଙ୍ଖ ନିକଟରେ ଏକ ମର୍ମାତୁତ ସଡ଼କ ଦୁର୍ଘଟଣା ରେ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।
ସୂଚନା ପ୍ରକାରେ ଦିବା ୧ଘଣ୍ଟ ସମୟ ରେ ବେଗୁନିଆପଡା ଠାରୁ କୋଦଳା କୁ ଜଣେ ବ୍ୟକ୍ତି ସାଇକେଲ ଯୋଗେ ଆସୁଥିବା ସମୟ ରେ କୋଦଳା ଲୁହାଶଙ୍ଖ ନିକଟରେ ଏକ ୧୨ ଚକିଆ ହାଇୱା ଟ୍ରକ OD02DR9099 ଉକ୍ତ ସାଇକେଲ ଆରୋହୀଙ୍କୁ ପଛପଟୁ ଧକ୍କା ଦେଇଥିଲା । ଗାଡିର ଧକ୍କା ଏତେ ଜୋର ରେ ହୋଇଥିଲା ଯେ ସାଇକେଲ ଆରୋହୀ ସାଇକେଲ ରୁ ଛିଟିକି ପଡି ଚକତଳେ ପଡିଯାଇଥିଲା, ଆରୋହୀଟି ର ମୁଣ୍ଡରେ ଚକା ଚଢିଯିବାରୁ ମୁଣ୍ଡଟି ସମ୍ପୂର୍ଣ ପାମ୍ପଡ଼ ଭଳି ଚେପା ହୋଇଯାଇଥିଲା ଓ ସେଠାରେ ହିଁ ସେ ପ୍ରାଣତ୍ୟାଗ କରିଥିଲା । ଲୋକଙ୍କ ଠାରୁ ଖବର ପାଇ କୋଦଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି କୋଦଳା ଦମକଳ ସାହାଯ୍ୟ ରେ ମେଡିକାଲ ପଠାଇବା ସହିତ ଉକ୍ତ ହାଇୱା ଗାଡିକୁ ଜବତ କରି ଥାନାକୁ ପଠାଇଥିଲେ । କିନ୍ତୁ ଉକ୍ତ ସାଇକେଲ ଆରୋହୀଙ୍କ କୌଣସି ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିନଥିବାରୁ ବ୍ୟବଛେଦ ପାଇଁ ପଠାଯାଇ ନଥିବା ଜଣାପଡ଼ିଛି ।
ରିପୋର୍ଟ -ସୂର୍ଯ୍ୟ ନାରାୟଣ ବଡୁ